କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଭେଟି ପଞ୍ଜାବର ସ୍ଥିତି ସଂପର୍କରେ ଅଗଗତ କରାଇଲେ ନବଜୋତ୍‌ ସିଂହ ସିଦ୍ଧୁ

Advertisment
କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଭେଟି ପଞ୍ଜାବର ସ୍ଥିତି ସଂପର୍କରେ ଅଗଗତ କରାଇଲେ ନବଜୋତ୍‌ ସିଂହ ସିଦ୍ଧୁ

(Photo: Twitter/@sherryontopp)

ଅମ୍ରିତସର: କଂଗ୍ରେସ ନେତା ନବଜୋତ୍‌ ସିଂହ ସିଦ୍ଧୁ ସୋମବାର ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଇ ତାଙ୍କୁ ଭିନ୍ନ ଏକ ବିଭାଗ ସମର୍ପିବା ପରେ ସେ ରାହୁଲଙ୍କୁ ଭେଟିଛନ୍ତି।

ସିଦ୍ଧୁ ରାହୁଲଙ୍କୁ ଭେଟିବା ପରେ ଟ୍ଵିଟ୍‌ କରି ଜଣାଇଛନ୍ତି ଯେ ‘କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲି। ତାଙ୍କ ହାତରେ ମୋ ପତ୍ର ଦେଲି। ତାଙ୍କୁ ରାଜ୍ୟର ପରିସ୍ଥିତି ବିଷୟରେ ଅବଗତ କରାଇଲି।’

publive-image Moneycontrol

କ୍ରିକେଟର୍‌ ଟର୍ଣ୍ଣଡ ରାଜନେତା ସିଦ୍ଧୁ ଟ୍ଵିଟର୍‌ରେ ଏକ ଫଟୋ ବି ପୋଷ୍ଟ୍‌ କରିଛନ୍ତି। ଫଟୋରେ ତାଙ୍କ ସହ ଦେଖିବାକୁ ମିଳିଛନ୍ତି ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବରିଷ୍ଠ କଂଗ୍ରେସ ନେତା  ଅହମ୍ମଦ ପଟେଲ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୨୦୧୭ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ମିଶିଥିବା ସିଦ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ସିଂହ ଅସନ୍ତୋଷ ଥିବା କଥା ଗତ ମାସ ଜଣାପଡ଼ିିଥିଲା। ସେ ଗତ ମାସ ଖୋଲାଖୋଲି ଭାବେ କହିଥିଲେ ଯେ ସିଦ୍ଧୁଙ୍କ ନପାରିବା ପଣ ସହରାଞ୍ଚଳ ଭୋଟକୁ ଦଳଠାରୁ ଦୂରେଇ ନେଲା। ବିକାଶ ମୂଳକ କାର୍ଯ୍ୟରେ ସିଦ୍ଧୁଙ୍କ ବିଫଳତା ହିଁ ଦଳକୁ ବିଶେଷ ପ୍ରଭାବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe