ନବଜୋତ ସିଂହ ସିଦ୍ଧୁଙ୍କୁ ପୁଣି ଝଟକା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

Advertisment
ସିଦ୍ଧୁ କଂଗ୍ରେସ ଛାଡ଼ି ଆପ୍‌କୁ ଯିବେ ନାହିଁ: ଅମରିନ୍ଦର

photo-oneindia

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପୁଣି ଥରେ ନବଜୋତ ସିଂହ ସିଦ୍ଧୁଙ୍କୁ ଝଟକା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯେଉଁ ୮ଟି ନୂଆ ଟିମ ପ୍ରସ୍ତୁତ କରିଛନ୍ତି , ସେଥିଭିତରୁ କୌଣସି ଗୋଟିଏରେ ବି ନବଜୋତ ସିଂହ ସିଦ୍ଧୁଙ୍କୁ ସ୍ଥାନ ଦେଇ ନାହାନ୍ତି।

ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଟିମର ଅଧ୍ୟକ୍ଷ ଅଛନ୍ତି । ଏଥିରେ ଯେଉଁମାନଙ୍କୁ ସ୍ଥାନ ମିଳିଛି ସେମାନେ ହେଲେ ଅର୍ଥ ମନ୍ତ୍ରୀ ମନପ୍ରୀତ ସିଂହ ବାଦଲ, ଭବନ ନିର୍ମାଣ ଏବଂ ସହର ବିକାଶ ମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଆ, ଲୋକ ନିର୍ମାଣ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା, ମନ୍ତ୍ରୀ ବ୍ରହ୍ମା ମହେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଭାରତ ଭୂଷଣ ଆଶୁ ପ୍ରମୁଖ।

publive-image photo--amarujala

ଏମାନଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ଏହି ସବୁ ଟିମରେ ରହିବେ । ଏହି ଟିମ ଯୋଜନା ଗୁଡିକର ସମୀକ୍ଷା କରି ଭବିଷ୍ୟତରେ ଏହାକୁ ସୁଧାରିବାକୁ ଯୋଜନା ପ୍ରସ୍ତୁତ କରିବ । ଏହାକୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି।ଏହି ଟିମରେ ନବଜୋତ ସିଂହ ସିଦ୍ଧୁଙ୍କୁ ସ୍ଥାନ ନ ଦେବା ଫଳରେ ତାଙ୍କର ପତିଆରା ହ୍ରାସ ପାଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe