ନୂଆଦିଲ୍ଲୀ: ପ୍ରଧାନ ବିଚାରପତିଙ୍କୁ କୁହନ୍ତୁ ବୋଲି ଆଜି ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ଲୋଡ଼ିଥିବା ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କୁ ଅଦାଲତ କହିଛନ୍ତି। କିନ୍ତୁ, ସୁପ୍ରିମ୍ କୋର୍ଟ ତାଙ୍କର ଆବେଦନ ଗ୍ରହଣ କରିନାହାନ୍ତି।
Image Courtesy of India Todayସୂଚନାଯୋଗ୍ୟ, ୧୯୮୮ର ‘ରୋଡ୍ ରେଜ୍’ ମାମଲାରେ ସୁପ୍ରିମ୍ କୋର୍ଟ ଗୁରୁବାର ଦିନ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଦେବା ପରେ ନବଜୋତ୍ଙ୍କୁ ଆତ୍ମସମର୍ପଣ କରିବା ଲାଗି ଆଦେଶ ଦେଇଥିଲେ। ଆଜି ସେ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥାଆନ୍ତେ।
ସିଦ୍ଧୁଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ଏଏମ୍ ସିଙ୍ଘୱି ହାଜର ହୋଇ ସୁପ୍ରିମ୍ କୋର୍ଟଙ୍କୁ ସମୟ ମାଗିଥିଲେ।
Image Courtesy of Oneindia୩୪ ବର୍ଷ ପୁରୁଣା ‘ରୋଡ୍ ରେଜ୍’ ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ୍ ସିଂହ ସିଦ୍ଧୁଙ୍କୁ ସୁପ୍ରିମ୍ କୋର୍ଟ ଦୋଷୀ ସାବ୍ୟସ୍ତ କରାଯାଇଥିବା ମେ ୨୦୧୮ ଆଦେଶର ସମୀକ୍ଷା କରିବା ଲାଗି ପୂର୍ବରୁ ଅଦାଲତ (ସୁପ୍ରିମ୍ କୋର୍ଟ) ଅନୁମତି ଦେଇଥିଲେ। ଉକ୍ତ ‘ରୋଡ୍ ରେଜ୍’ ଘଟଣାରେ ପଟିଆଲାବାସୀ ଗୁରନାମ ସିଂହଙ୍କର ମୃତ୍ୟୁ ଘଟିଥିଲା।
ପଞ୍ଜାବ ପୁଲିସ ଆଦେଶକ୍ରମେ, ସିଦ୍ଧୁଙ୍କୁ ହାଜତକୁ ନିଆଯିବ। ପୂର୍ବରୁ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଜରିମାନାରେ ମୁକ୍ତ କରାଯାଇଥିଲା। କିନ୍ତୁ, ଏବେ ସିଦ୍ଧୁଙ୍କୁ ‘ଆଇପିସି’ ଧାରା ୩୨୩ ଅନୁସାରେ, ସର୍ବାଧିକ ସମ୍ଭାବ୍ୟ ସଜ୍ଜା ଦିଆଯାଇଛି।
ଉକ୍ତ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡା ଦେଇଥିଲେ। କିନ୍ତୁ, ୨୦୧୮ ମେ ୧୫ ତାରିଖରେ ସୁପ୍ରିମ୍ କୋର୍ଟ ଉକ୍ତ ଆଦେଶକୁ ରଦ୍ଦ କରିଥିଲେ।
Follow Us