ଅମରିନ୍ଦରଙ୍କ ବୟାନ ପରେ ଗାନ୍ଧୀ ପରିବାରକୁ ଘେରିଲା ବିଜେପି

ଅମରିନ୍ଦରଙ୍କ ବୟାନ ପରେ ଗାନ୍ଧୀ ପରିବାରକୁ ଘେରିଲା ବିଜେପି

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଦିଲ୍ଲୀରେ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି,ନବଜୋତ ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରସ୍ତାବ ଦେଇଥିଲେ। ଅମରିନ୍ଦର ଓ ସିଦ୍ଧୁ ଉଭୟଙ୍କ ସାଙ୍ଗ ଥିବା ଜଣଙ୍କ ଦ୍ଵାରା ଇମ୍ରାନ ଖାନ ଏହି ବାର୍ତ୍ତା ପଠାଇଥିଲେ। ତାଙ୍କୁ କୁହାଯାଇଥିଲା ସିଦ୍ଧୁଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ନିଅନ୍ତୁ। ଯଦି ସେ ଭଲ କାମ ନକରନ୍ତି ତେବେ ତାଙ୍କୁ ଦଳରୁ ବାହାର କରିଦେବେ।

ପାକିସ୍ତାନର ପ୍ରଧାନମନ୍ତ୍ରୀ ସିଦ୍ଧୁଙ୍କ ପ୍ରସ୍ତାବ ଦେଇଥିବା ଜାଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମୋତେ କୁହାଯାଇଥିଲା ସିଦ୍ଧୁଙ୍କ ସହିତ ତାଙ୍କର ବନ୍ଧୁତା ଅଛି ତେଣୁ ସେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ତେବେ ଚଣ୍ଡିଗଡରେ ତାଙ୍କୁ ଏବିଷୟରେ ପଚରାଯିବାରୁ ସେ ଏବିଷୟରେ କୌଣସି ଉତ୍ତର ଦେଇ ନଥିଲେ।
ଅମରିନ୍ଦର ସିଂହ କହିଛନ୍ତି, ମୁଁ ଏବିଷୟରେ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ବାର୍ତ୍ତା ପଠେଇ ଥିଲି । ସୋନିଆ ଗାନ୍ଧୀ କୌଣସି ଉତ୍ତର ଦେଇ ନଥିବା ବେଳେ ପ୍ରିୟଙ୍କା ଗାନ୍ଧୀ କହିଥିଲେ ସେ ଜଣେ ବୋକା ଲୋକ ଯିଏକି ଏଭଳି ବାର୍ତ୍ତା ପଠାଇବାକୁ କହୁଛନ୍ତି ।

publive-image

ଅମରିନ୍ଦର କହିଛନ୍ତି ସିଦ୍ଧୁ ମନ୍ତ୍ରୀ ଭାବରେ ଅଯୋଗ୍ୟ ଓ ଅକର୍ମ୍ୟ ଅଟନ୍ତି । ସିଦ୍ଧୁଙ୍କୁ ଆଞ୍ଚଳିକ ସରକାରରେ ମନ୍ତ୍ରୀ ବନାଯାଇଥିଲା। ୭୦ ଦିନରେ ସିଦ୍ଧୁ କୌଣସି ଫାଇଲ୍ ବାହାର କରିଲେ ନାହିଁ । ମୁଁ ୨-୩ ଥର ତାଙ୍କୁ ଡାକିକି କହଲି ଯଦି ଏପରି କାମ କରିବାର ଅଛି ତେବେ ଅନ୍ୟ କେଉଁଠି ଯାଅ।

ନବଜୋତ ସିଦ୍ଧୁଙ୍କୁ ଅମରିନ୍ଦରଙ୍କ କଥା ଉପରେ ପଚରାଯିବାରୁ ସେ କହିଛନ୍ତି ଏହା ଆଜିର ବିଷୟ ନୁହେଁ। ଏହା ବିଷୟରେ ପୁନର୍ବାର ସେ ପ୍ରେସ କନଫେରେନ୍ସ କରି ଜବାବ ଦେବେ।

ତେବେ ଅମରିନ୍ଦରଙ୍କ ଦାବି ପରେ ବିଜେପି ମଧ୍ୟ ସିଦ୍ଧୁଙ୍କ ଉପରେ ମନ୍ତବ୍ୟ ଦେଇଛି । ବିଜେପିର ମହାସଚିବ ତରୁଣ ଚୁଘ୍ କହିଛନ୍ତି ଆଇଏସଆଇ ଓ ପାକିସ୍ତାନ ସେନା ସହ ତାଙ୍କର ସମ୍ବନ୍ଧ ବିଷୟରେ ଜଣା ପଡିଯାଇଛି। ସେ କହିଛନ୍ତି କେନ୍ଦ୍ରୀୟ ସଂସ୍ଥାଗୁଡିକ, ପଞ୍ଜାବରେ ଅଶାନ୍ତି ପ୍ରସାରିତ କରିବା ମାମଲାରେ ସିଦ୍ଧୁଙ୍କ ଭୂମିକାକୁ ତଦନ୍ତ କରାଯିବା ଉଚିତ। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କହିବା ଉଚିତ ଯେ ସେମାନେ ସିଦ୍ଧୁଙ୍କ ରକ୍ଷା କାହିଁକି କରୁଛନ୍ତି ।
ପଞ୍ଜାବ ନିର୍ବାଚନ ପାଖକୁ ଆସୁଥିବା ବେଳେ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ବଢିବାରେ ଲାଗିଛି । ଅମରିନ୍ଦର ସିଦ୍ଧୁଙ୍କୁ ପାକିସ୍ତାନ ପ୍ରେମୀ ଓ ଅସ୍ଥିର କହି ଆସୁଛନ୍ତି। ସିଦ୍ଧୁ ଏହାର ଉତ୍ତରରେ କହୁଛନ୍ତି କ୍ୟାପ୍ଟେନ ମୋ ପାଇଁ କଂଗ୍ରେସର ରାସ୍ତା ବନ୍ଦ କରି ଦେଇଥିଲେ । ଏବେ ତାଙ୍କୁ କଂଗ୍ରେସ ଧକ୍କା ଦେଇ ବାହାର କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe