ପ୍ରଧାନମନ୍ତ୍ରୀ ଏକ ଏଭଳି ମେସିନ, ଯାହା କେବଳ କଳା ଧୂଆଁ ଛାଡେ: ନବଜୋତ ସିଂ ସିଦ୍ଧୁ

Advertisment
ପ୍ରଧାନମନ୍ତ୍ରୀ ଏକ ଏଭଳି ମେସିନ, ଯାହା କେବଳ କଳା ଧୂଆଁ ଛାଡେ: ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ। ଏନେଇ ସବୁ ଦଳ ପ୍ରସ୍ତୁତି କରୁଥିବା ବେଳେ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରିଛନ୍ତି। ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ମେସିନ୍, ଯାହା କେବଳ କଳା ଧୂଆଁ ନିର୍ଗତ କରେ। କେବଳ ଏତିକି ନୁହେଁ, ସିଦ୍ଧୁ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଜଣେ ବୃଦ୍ଧ ଲୋକ ବୋଲି ମଧ୍ୟ କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ, କ୍ୟାପଟେନ ଅମରିନ୍ଦର ସିଂ ଠିକ ଭାବରେ ଠିଆ ହେବାକୁ ସକ୍ଷମ ନୁହନ୍ତି। ମୁଁ ତାଙ୍କୁ ବୃଦ୍ଧ ବୋଲି କହୁଛି, ମୁଁ ତାଙ୍କୁ ୧୫ମିନିଟ୍ ପାଇଁ ବ୍ୟାଡମିଣ୍ଟନ୍ ଖେଳିବାକୁ ଚ୍ୟାଲେଞ୍ଜ କରୁଛି। ଯଦି ସେ ଖେଳିଦେବେ ତେବେ ମୁଁ ରାଜନୀତି ଛାଡ଼ିଦେବି। କ୍ୟାପଟେନ ଅମରିନ୍ଦର ସିଂଙ୍କ କିଛି ଅସ୍ତିତ୍ବ ନାହିଁ। ତାଙ୍କର ଇଞ୍ଜିନ ସିଲ୍ ହୋଇଯାଇଛି। ସେ ଏଭଳି କିଛି ଗାଡ଼ିର ସାହାରା ନେଇ ଚାଲୁଛନ୍ତି, ଯାହାର ଚକା ନାହିଁ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କ ଉପରେ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। କିନ୍ତୁ ସେ କେଉଁ ଡବଲ୍ ଇଞ୍ଜିନ୍ ସରକାର ବିଷୟରେ କହୁଛନ୍ତି। ସେ ଏକ ଏଭଳି ମେସିନ, ଯାହା କେବଳ କଳା ଧୂଆଁ ଛାଡେ। ତେବେ କ୍ୟାପଟେନ ସିଂ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ସିଦ୍ଧୁ ଏପରି ମନ୍ତବ୍ୟ ଦେବା ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ସିଦ୍ଧୁ ଅନେକ ଥର ଏହା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe