ପଞ୍ଜାବ ମନ୍ତ୍ରିମଣ୍ଡଳରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା

Advertisment
ଶେଷରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ନବଜୋତ ସିଂହ ସିଦ୍ଧୁ, ସିଦ୍ଧୁଙ୍କ ସହ ରହିବେ ଚାରି ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ

photo-- navbharattimes

ଚଣ୍ଡୀଗଡ଼:ପଞ୍ଜାବ ମନ୍ତ୍ରିମଣ୍ଡଳରୁ ନବଜୋତ ସିଂହ ସିଦ୍ଧୁ ଆଜି ଇସ୍ତଫା ଦେଇଥିବା ଜଣାପଡିଛି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ସିଦ୍ଧୁ । ନିଜ ଟୁଇଟରରେ ସିଦ୍ଧୁ  ଲେଖିଛନ୍ତି, ଗତ ଜୁନ୍ ମାସ ୧୦ ତାରିଖରୁ ସେ ନିଜ ଇସ୍ତଫା ଦେଇଛନ୍ତି । ଏହା ସହ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିବା ନିଜର ଇସ୍ତଫା ପତ୍ର ମଧ୍ୟ ସେ ଟୁଇଟରରେ ସେୟାର କରିଛନ୍ତି ।


ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ମାସ ହେବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ନବଜୋତ ସିଂହ ସିଦ୍ଧୁଙ୍କର ତୀବ୍ର ମତଭେଦ ଲାଗି ରହିଥିଲା। ବିଶେଷକରି ପଞ୍ଜାବର ପୂର୍ବତନ ବିଧାୟକ ତଥା ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କୁ ଗତ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍‌ ଦେଇନଥିବା ହେତୁ ଏହା ପଛରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ହାତ ଥିବା ସନ୍ଦେହ କରିଥିଲେ ନବଜୋତ ସିଂହ ସିଦ୍ଧୁ। ସେ ନିଜର ବିଭାଗ ବଦଳାଯାଇଥିବା ଯୋଗୁଁ ବି ଅସନ୍ତୁଷ୍ଟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe