ରାହୁଲ ଗାନ୍ଧୀଙ୍କୁ ଭେଟିବାପରେ ଚୁପଚାପ୍ ଅଛନ୍ତି ନବଜୋତ୍ ସିଂହ ସିଦ୍ଧୁ

Advertisment
ରାହୁଲ ଗାନ୍ଧୀଙ୍କୁ ଭେଟିବାପରେ ଚୁପଚାପ୍ ଅଛନ୍ତି ନବଜୋତ୍ ସିଂହ ସିଦ୍ଧୁ

photo-oneindia

ଚଣ୍ଡିଗଡ଼ :କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବାପରେ ଚଣ୍ଡିଗଡ଼ ଫେରିଛନ୍ତି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଇ ତାଙ୍କୁ ଭିନ୍ନ ଏକ ନୂଆ ବିଭାଗ ସମର୍ପିବା ପରେ ସେ ରାହୁଲଙ୍କୁ ଭେଟିଥିଲେ।ଏହାପରେ ନବଜୋତ୍ ସିଂହ ସିଦ୍ଧୁ ନିଜର ଅସନ୍ତୋଷ ପ୍ରକାଶ କରିବେ ବୋଲି ଆଶା କରାଯାଉଥିଲା, ହେଲେ ସେଭଳି କିଛି ଘଟି ନଥିବା ସୂଚନା ମିଳିଛି।

ଗତକାଲି ସେ ନିଜର ନୂଆ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ। ନିଜ ବାସଭବନରେ କୌଣସି ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ ନଥିଲେ। ଏପରିକି ସେ ନିଜର ଟୁଇଟରରେ ବି କିଛି କଥା ସେଆର୍ କରି ନଥିଲେ। ନବଜୋତ ବି ଚୁପଚାପ୍ ଥିବାର ଜଣାପଡ଼ିଛି।

ସିଦ୍ଧୁ ରାହୁଲଙ୍କୁ ଭେଟିବା ପରେ ଟୁଇଟ୍ କରି ଜଣାଇଥିଲେ ଯେ ‘କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲି। ତାଙ୍କ ହାତରେ ମୋ ପତ୍ର ଦେଲି। ତାଙ୍କୁ ରାଜ୍ୟର ପରିସ୍ଥିତି ବିଷୟରେ ଅବଗତ କରାଇଲି।’

publive-image photo-india today

ଏଠାରେ ସୂଚନାଯୋଗ୍ୟ ଯେ ଗତ ୨୦୧୭ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ସିଦ୍ଧୁଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅସନ୍ତୋଷ ଥିବା କଥା ଗତ ମାସ ଜଣାପଡ଼ିଥିଲା। ସେ ଗତ ମାସ ଖୋଲାଖୋଲି ଭାବେ କହିଥିଲେ ଯେ ସିଦ୍ଧୁଙ୍କ ନପାରିବା ପଣ ସହରାଞ୍ଚଳ ଭୋଟକୁ ଦଳଠାରୁ ଦୂରେଇ ନେଲା। ବିକାଶ ମୂଳକ କାର୍ଯ୍ୟରେ ସିଦ୍ଧୁଙ୍କ ବିଫଳତା ହିଁ ଦଳକୁ ବିଶେଷ ପ୍ରଭାବିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe