Image Courtesy of Zee News
ନୂଆଦିଲ୍ଲୀ: ପଂଜାବର ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆସନ୍ତାକାଲି ଜେଲ୍ରୁ ମୁକୁଳିବେ। ଏକ ରୋଡ୍ ରେଜ୍ ଘଟଣାରେ ଗତବର୍ଷ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଥିଲେ। ସିଦ୍ଧୁ ଆସନ୍ତାକାଲି ପଟିଆଲା ଜେଲ୍ରୁ ମୁକୁଳିବେ ବୋଲି ତାଙ୍କ ଅଫିସିଆଲ ଆକାଉଣ୍ଟ୍ରୁ ଏକ ଟ୍ବିଟ୍ କରି କୁହାଯାଇଛି। ସିଦ୍ଧୁଙ୍କ ଆଇନଜୀବୀ ଏଚପିଏମ୍ ବର୍ମା ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍ଦଣ୍ଡ ହୋଇଥିଲା।
Follow Us