କ୍ୟାନସରରେ ପୀଡ଼ିତା ବୋଲି ଜାଣିବା ପରେ ସିଦ୍ଧୁଙ୍କୁ ଆବେଗଭରା ପତ୍ର ଲେଖିଲେ ପତ୍ନୀ ନବଜୋତ କୌର

କ୍ୟାନସରରେ ପୀଡ଼ିତା ବୋଲି ଜାଣିବା ପରେ ସିଦ୍ଧୁଙ୍କୁ ଆବେଗଭରା ପତ୍ର ଲେଖିଲେ ପତ୍ନୀ ନବଜୋତ କୌର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଦ୍ୱିତୀୟ ପର୍ଯ୍ୟାୟ କର୍କଟ ରୋଗରେ ପୀଡ଼ିତା ଥିବା ଜଣାପଡ଼ିଛି।

ସେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ନିଜର ରୋଗ ଚିହ୍ନଟ ହୋଇଥିବା ଖବର ସେୟାର କରି ଲେଖିଛନ୍ତି, ‘ସେ (ନବଜୋତ ସିଂହ ସିଦ୍ଧୁ) ଏକ ଅପରାଧ ପାଇଁ ଜେଲରେ ଅଛନ୍ତି ଯାହା ସେ କରିନାହାନ୍ତି। ସମ୍ପୃକ୍ତ ସମସ୍ତଙ୍କୁ କ୍ଷମା କରନ୍ତୁ। ବାହାରେ ପ୍ରତିଦିନ ତୁମ ପାଇଁ ଅପେକ୍ଷା କରି ବୋଧହୁଏ ତୁମଠାରୁ ଅଧିକ ଯନ୍ତ୍ରଣା ଭୋଗୁଛି। ଚିରାଚରିିତ ଭାବେ ଯନ୍ତ୍ରଣାକୁ ଦୂର କରିବାକୁ ଚେଷ୍ଟା କରି ଏହାକୁ ସେୟାର କରୁଛି। ସାମାନ୍ୟ ଭଲ ଦେଖିବାକୁ ମିଳଛି। ଏହା ଖରାପ ବୋଲି ଜଣାପଡୁଛି।’

ପୁଣି ଏକ ଫଲୋଅପ୍‌ ଟୁଇଟ୍‌ କରି ସେ ଲେଖିଛନ୍ତି, ‘ତୁମକୁ ଅପେକ୍ଷା କରିଛି, ତୁମକୁ ବାରମ୍ବାର ନ୍ୟାୟ ମିଳୁନାହିଁ। ସତ୍ୟ ଏତେ ଶକ୍ତିଶାଳୀ କିନ୍ତୁ ଏହା ବାରମ୍ବାର ତୁମର ପରୀକ୍ଷା ନେଉଛି। କଳିଯୁଗ! ଦୁଃଖିତ ତୁମ ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। କାରଣ ଏହା ଷ୍ଟେଜ୍‌ ୨ର ଆକ୍ରମଣାତ୍ମକ କର୍କଟ। କାହାକୁ ଦୋଷ ଦେବା ଉଚିତ୍‌ ନୁହେଁ; କାରଣ ଏହା ଭଗବାନଙ୍କ ଯୋଜନା!...’

ଏହି ଟୁଇଟ୍‌ ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ପଞ୍ଜାବ ସଭାପତି ଅମରିନ୍ଦର ସିଂହ ରାଜା ଓ୍ଵାରିଙ୍ଗ ଲେଖିଛନ୍ତି, ‘ମୁଁ ଦୁଃଖିତ ଯେ ଆପଣଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ। ସୌଭାଗ୍ୟବଶତଃ ଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।...’

ଉଲ୍ଲେଖଯୋଗ୍ୟ, ୩୪ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ସିଦ୍ଧୁ ୨୦୨୨ ମେ’ ମାସରୁ ପଟିଆଲା କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛନ୍ତି। ମେ’ ୨୦୨୨ରେ ଅଦାଲତ ସିଦ୍ଧୁଙ୍କୁ ଦଣ୍ଡିତ କରି କହିଥିଲେ ଯେ ‘ଅଯଥା ସହାନୁଭୂତି ନ୍ୟାୟ ବ୍ୟବସ୍ଥାକୁ ଅଧିକ କ୍ଷତି ପହଞ୍ଚାଇବ ଏବଂ ଆଇନର କାର୍ଯ୍ୟକାରିତା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁଣ୍ଣ କରିବ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe