ରାଣା ଦମ୍ପତିଙ୍କୁ ଆଜି ମିଳିଲାନି ଜାମିନ, ମେ’ ‌୪କୁ ଘୁଞ୍ଚିଲା ଶୁଣାଣି

Advertisment
ରାଣା ଦମ୍ପତିଙ୍କୁ ଆଜି ମିଳିଲାନି ଜାମିନ, ମେ’ ‌୪କୁ ଘୁଞ୍ଚିଲା ଶୁଣାଣି

aajtak

ନୂଆଦିଲ୍ଲୀ: ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କର ଜାମିନ ଆବେଦନ ଶୁଣାଣି ଲାଗି ମୁମ୍ବାଇର ଏକ ସେସନ୍‌ କୋର୍ଟ ଆଜି ଆଉ ଏକ ତାରିଖ ଧାର୍ଯ୍ୟ କରିଥିଲେ। ହେଲେ ଆଜି ଶୁଣାଣି ହୋଇପାରିନଥିବା କୁହାଯାଉଛି। ବୁଧବାର ଦିନ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ତେଣୁ, ସେପର୍ଯ୍ୟନ୍ତ ରାଣା ଦମ୍ପତି ଜେଲ୍‌ରେ ରହିବେ।

ସ୍ମରଣଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାନ୍ଦ୍ରାସ୍ଥିତ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ସମ୍ମୁଖରେ ‘ହନୁମାନ ଚାଳିଶା’ ପାଠ କରିବେ ବୋଲି ସର୍ବସାଧାରଣରେ ଘୋଷଣା କରିବା ପରେ ଏପ୍ରିଲ୍‌ ୨୩ ତାରିଖରେ ଦୁହିଁଙ୍କୁ ଗିରଫ କରାଯାଇଥିଲା।

publive-image Image Courtesy of The Week

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ହନୁମାନ ଚାଳିସା ଜପ କରିନଥିଲେ ବି ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ଗିରଫ ପରେ ଦୁହିଁଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟରେ ଶୁଣାଣି ପରେ ଦୁହିଁଙ୍କୁ ମେ’ ୬ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେବେଠୁ ଦୁହେଁ ବିଚାର ବିଭାଗୀୟ ହାଜତରେ ରହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe