ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଥିବା କହିଲେ ନବନୀତ

Advertisment
ଉଦ୍ଧବ ସରକାରଙ୍କ ଉପରେ ସଙ୍କଟ ପଡ଼ିବାରୁ ୧୧ଥର ହନୁମାନ ଚାଳିଶା ପଢ଼ିଥିବା କହିଲେ ନବନୀତ

ମୁମ୍ବାଇ: ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଭୁଶୁଡିବା ଅବସ୍ଥାକୁ ଆସିଯାଇଥିବା ବେଳେ ସାଂସଦ ନବନୀତ୍ ରାଣା ତାଙ୍କୁ ସମାଲୋଚନା କରିଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପଢ଼ିବାକୁ ଘୋଷଣା କରି ବିବାଦରେ ଛନ୍ଦି ହୋଇଥିଲେ ସାଂସଦ ନବନୀତ ରାଣା ଓ ବିଧାୟକ ସ୍ୱାମୀ ରବି ରାଣା। ଦୁହିଁଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିଥିଲା।

ହେଲେ ପରେ ଦୁହିଁଙ୍କୁ କିଛି ସର୍ତ୍ତ ସହ ଜାମିନ ମିଳିଥିଲା। ଏବେ ସେମାନଙ୍କୁ ଜେଲ ପଠାଇବା ପଛରେ ହାତ ଥିବା ଉଦ୍ଧବ ସରକାରଙ୍କ ସ୍ଥିତି ଖରାପ ହେଉଥିବା ଦେଖି ଖୁସି ହୋଇଛନ୍ତି ନବନୀତ୍। ନବନୀତ୍ କହିଛନ୍ତି ଯେ ମୁଁ ମହାରାଷ୍ଟ୍ରକୁ ବଞ୍ଚାଇବା ପାଇଁ ୧୧ଥର ହନୁମାନ ଚାଳିଶା ପଢ଼ିଛି। କେବଳ ପ୍ରଭୁ ହନୁମାନ ହିଁ ମହାରାଷ୍ଟ୍ରକୁ ବଞ୍ଚାଇପାରିବେ ବୋଲି ମୁଁ ଆଶା କରୁଛି। ଅନ୍ୟ କାହା ପାଇଁ ନୁହେଁ ତାଙ୍କ କର୍ମ ପାଇଁ ହିଁ ଉଦ୍ଧବ ସରକାର ଗାଦିଚ୍ୟୁତ ‌ହେବେ।

ମହାରାଷ୍ଟ୍ର ନିର୍ବାଚନରେ ଶିବସେନା ଏବଂ ଏନ୍‌ସିପି ୨ଟି ଲେଖାଏଁ ଆସନ  ହାତେଇଥିବା ବେଳେ ୫ଟି ଆସନ ଜିତିଥିଲା ଭାରତୀୟ ଜନତା ପାର୍ଟି। ବିଜେପିର ବିଧାୟକ ସଂଖ୍ୟା କମ୍‌ ରହିଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ବିଜୟ କ୍ରସ ଭୋଟିଂ ବଳରେ ହୋଇଛି ବୋଲି ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶିବସେନା ବିଧାୟକମାନେ ଦଳବଦ୍ଧ ଭାବେ ଆତ୍ମଗୋପନ କରିବା ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏମଏଲସି ନିର୍ବାଚନରେ ​​କ୍ରସ ଭୋଟିଂ ପରେ ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେ ଗୁଜରାଟର ସୁରଟକୁ ଚାଲିଯାଇଛନ୍ତି। ସିନ୍ଦେ ଦାବି କରିଛନ୍ତି ଯେ ତାଙ୍କ ପାଖରେ ୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏମଧ୍ୟରେ ଆଗକୁ ମହାରାଷ୍ଟ୍ରର ଭବିଷ୍ୟତ କ’ଣ ହେବ, ତାହା କହିବ‌ା ଅସମ୍ଭବ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe