ହନୁମାନ ଚାଳିସା ବିବାଦ: ମେ’ ୬ ତାରିଖ ପର୍ଯ୍ୟନ୍ତ ରାଣା ଦମ୍ପତିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ବାନ୍ଦ୍ରା କୋର୍ଟ

Advertisment
ହନୁମାନ ଚାଳିସା ବିବାଦ: ମେ’ ୬ ତାରିଖ ପର୍ଯ୍ୟନ୍ତ ରାଣା ଦମ୍ପତିଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ବାନ୍ଦ୍ରା କୋର୍ଟ

indiatoday

ମୁମ୍ବାଇ: ହନୁମାନ ଚାଳିସାକୁ ନେଇ ମୁମ୍ବାଇରେ ବିବାଦ ଜାରି ରହିଛି। ଏହି ବିବାଦ ପାଇଁ ସାଂସଦ ନବନୀତ୍ ରାଣା ଓ ତାଙ୍କ ବିଧାୟକ ସ୍ବାମୀ ରବି ରାଣା ଗିରଫ ହୋଇଛନ୍ତି। ଗତକାଲି ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ସେମାନଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ପରେ ଏବେ ଦୁହିଁଙ୍କୁ ମେ’ ୬ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିସା ଜପ କରିବାକୁ ଧମକ ଦେଇଥିଲେ ‘ବିଧାୟକ-ସାଂସଦ’ ରାଣା ଦମ୍ପତି। ହେଲେ ପରେ ଦୁହେଁ ସେଭଳି କରିବେ ନାହିଁ ବୋଲି କହିଥିଲେ। ରବିବାର ପ୍ରଧାନମନ୍ତ୍ରୀ ମୁମ୍ବାଇ ଆସିବାର ଯୋଜନା ରହିଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ। ହେଲେ ହନୁମାନ ଚାଳିସା ଜପ କରିନଥିଲେ ବି ଶନିବାର ସନ୍ଧ୍ୟାରେ ମୁମ୍ବାଇ ପୁଲିସ ଦୁହିଁଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

publive-image Image Courtesy of The Week

ହନୁମାନ ଚାଳିସା ଜପ କରିବା ପୂର୍ବରୁ, ସାମ୍ବାଦିକମାନଙ୍କୁ ରାଣା କହିଥିଲେ, ଯେଉଁ ହିନ୍ଦୁତ୍ବ ଆଦର୍ଶବାଦ ଆଧାରରେ ଭୋଟ୍‌ ଭିକ୍ଷା କରି ତାଙ୍କ ଦଳ ପାଇଁ ଆସନ ହାସଲ କରିଥିଲେ ଉଦ୍ଧବ ସାହେବ ତାହାକୁ ଭୁଲି ଯାଇଛନ୍ତି। ସେ ବାଲା ସାହେବଙ୍କ ବାଣୀ ଭୁଲି ଯାଇଛନ୍ତି। ତେଣୁ, ବାଲା ସାହେବଙ୍କ ବାଣୀ ସ୍ମରଣ କରାଇ ଦେବା ଲାଗି ଶନିବାର ପୂର୍ବାହ୍ନ ୯ଟା ବେଳେ ଆମେ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବୁ। ଆମେ ଶନ୍ତିଶୃଙ୍ଖଳାରେ ସେଠାକୁ ଯିବୁ ଏବଂ ମୁମ୍ବାଇବାସୀଙ୍କର କୌଣସି ଅସୁବିଧା କରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe