ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ଭିଡିଓ ରିଲିଜ୍ କରି ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କଲା ନୌସେନା

Advertisment
ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରର ଭିଡିଓ ରିଲିଜ୍ କରି ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କଲା ନୌସେନା

Image Courtesy of The Times of India

ନୂଆଦିଲ୍ଲୀ: ଆରବ ସାଗରର କୌଣସି ଅଞ୍ଚଳରେ ଏକ ଯୁଦ୍ଧପୋତ-ନିରୋଧୀ କ୍ଷେପଣାସ୍ତ୍ର ଗୋଟାଏ ଜାହାଜକୁ ଧ୍ବଂସ କରୁଥିବା ଭିଡିଓ ଶୁକ୍ରବାର ଦିନ ରିଲିଜ୍‌ କରି ଭାରତୀୟ ନୌସେନା ଭାରତ ଆଖପାଖ ପ୍ରମୁଖ ସମୁଦ୍ର ପଥରେ ଯୁଦ୍ଧ ପ୍ରସ୍ତୁତି ପ୍ରଦର୍ଶନ କରିଛି। କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ପ୍ରବାଳ’ରୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଲଢୁଆ ବିମାନବାହୀ ‘ଆଇଏନ୍‌ଏସ୍‌’ ବିକ୍ରମାଦିତ୍ୟ ଏବଂ ଅନ୍ୟାନ୍ୟ ଅନେକ ‌ଯୁଦ୍ଧପୋତ, ଆକ୍ରମଣକାରୀ ହେଲିକପ୍ଟର୍‌ ଏବଂ ଲଢୁଆବିମାନ ସମ୍ମିଳିତ ଭାବେ ଚଳାଇଥିବା ବିଶାଳ ନୌସମରାଭ୍ୟାସର ଅଂଶ ଭାବେ ଏହି କ୍ଷେପଣାସ୍ତ୍ରଟି ନି‌କ୍ଷେପ କରାଯାଇଥିଲା।

publive-image Image Courtesy of News 18

ଭାରତୀୟ ନୌସେନାର ଜଣେ ମୁଖପାତ୍ର ଟୁଇଟ୍‌ କରିଛନ୍ତି ଯେ, ସର୍ବାଧିକ ଦୂରତାରୁ ଏହି କ୍ଷେପଣାସ୍ତ୍ରଟି ତା’ର ନିର୍ଦ୍ଧାରିତ ଲକ୍ଷ୍ୟ, ଗୋଟାଏ ପୁରୁଣା ଜାହାଜକୁ ମାଡ଼ କରି ତାକୁ ବୁଡ଼ାଇ ଦେଇଥିଲା।

ଗୁରୁବାର ଦିନ ଚିଫ୍‌ ଅଫ୍ ନେଭାଲ୍‌ ଷ୍ଟାଫ୍ ଆଡ୍‌ମିରାଲ୍‌ କରମବୀର ସିଂହ ଉପକୂଳ ଓ ସମୁଦ୍ର ମଧ୍ୟରେ ସ୍ଥାନୀତ ହୋଇଥିବା ନୌସେନା ବଳର ଆଭିଯାନିକ ପ୍ରସ୍ତୁତି ସମୀକ୍ଷା କରିଥିଲେ। ସେ ମଧ୍ୟ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରୁ ନୌସେନାର ‘କ୍ୟାରିୟର୍‌ ବ୍ୟାଟଲ୍‌ ଗ୍ରୁପ୍‌’ର କେତେକ ନିର୍ବାଚିତ ଲଢୁଆ ଗ୍ରୁପ୍‌ଙ୍କୁ ସମ୍ବୋଧିତ କରିଥିଲେ। ଏଥିସହ ସେ ସେମାନଙ୍କର ସାମଗ୍ରିକ ଯୁଦ୍ଧ ପ୍ରସ୍ତୁତି ମଧ୍ୟ ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe