ଭାରତୀୟ ଜଳରାଶିର ଅତି ନିକଟରେ ଚଳାଚଳ କରୁଛି ଚୀନ୍‌ର ଆଣବିକ ବୁଡ଼ାଜାହାଜ

Advertisment
ଭାରତୀୟ ଜଳରାଶିର ଅତି ନିକଟରେ ଚଳାଚଳ କରୁଛି ଚୀନ୍‌ର ଆଣବିକ ବୁଡ଼ାଜାହାଜ

Image Source: India Today

ନୂଆଦିଲ୍ଲୀ: ଭାରତୀୟ ଜଳରାଶିର ଅତି ନିକଟରେ ଚୀନ୍‌ର ଆଣବିକ ବୁଡ଼ାଜାହାଜ ଚଳପ୍ରଚଳ କରୁଥିବା କଥା ଭାରତୀୟ ନୌସେନା ଟ୍ରାକ୍‌ କରିଛି। ଭାରତ ମହାସାଗର ଅଞ୍ଚଳରେ ଚୀନ୍‌ର ଉପସ୍ଥିତି ବୃଦ୍ଧି ଚିନ୍ତାର କାରଣ ହୋଇଥିବା ବେଳେ ଏ ଘଟଣା ଜଣାପଡ଼ିଛି।

ଚୀନ୍‌ର ଆମ୍ଫିବିୟସ୍‌ ଯୁଦ୍ଧପୋତ ଜିଆନ୍‌ ଏବଂ କ୍ଷେପଣାସ୍ତ୍ରବାହୀ ପୋତର ଚିତ୍ର ଏକ ଜାତୀୟ ଗଣମାଧ୍ୟ ସଂଗ୍ରହ କରିଛି।

ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ଏହି ଚିତ୍ରଗୁଡ଼ିକ ପି-୮୧ ମେରିଟାଇମ୍‌ ସର୍ଭିଲେନ୍‌ସ୍‌ ବିମାନରୁ ଉତ୍ତୋଳନ କରାଯାଇଛି। ଶ୍ରୀଲଙ୍କାର ଜଳରାଶି ଉପରକୁ ଯିବା ପୂର୍ବରୁ ଏହା ଭାରତ ମହାସାଗର ଉପରେ ପାଟ୍ରୋଲିଙ୍ଗ୍‌ କରୁଥିଲା।

publive-image Image Source: India Today

ପି-୮୧ ମଧ୍ୟ ଚୀନ୍‌ର ଅନ୍ୟ ଏକ ଶସ୍ତ୍ରବାହୀ ପୋତ ଚିହ୍ନଟ କରିଛି। ଏହା ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଚୀନ୍‌ର ବାଣିଜ୍ୟ ପୋତଗୁଡ଼ିକୁ ସୁରକ୍ଷା ଦେବା ନିମନ୍ତେ ଆଡେନ୍‌ ଉପସାଗରରେ ମୁତୟନ କରାଯାଇଥିଲା।

ଭାରତ ମହାସାଗର ଜଳରାଶିକୁ ପ୍ରବେଶ କରୁଥିବା ସମସ୍ତ ଚୀନ୍‌ ପୋତଗୁଡ଼ିକ ଉପରେ ଭାରତୀୟ ନୌସେନା ଦୃଷ୍ଟି ରଖିଛି।

ମାଲାକା ଷ୍ଟ୍ରେଟ୍‌ରୁ ଆଇଓଆର୍‌ ମଧ୍ୟକୁ ପ୍ରବେଶ କରିବା ମାତ୍ରେ ଭାରତୀୟ ନୌସେନା ଚୀନ୍‌ର ଯୁଦ୍ଧପୋତଗୁଡ଼ିକ ଉପରେ ପ୍ରତ୍ୟକ୍ଷ ଦୃଷ୍ଟି ରଖୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe