ଲକ୍ଷ୍ୟ ଭେଦ କଲା ସର୍ବାଧିକ ଦୂରତାରୁ ‌ନୌସେନା ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କୋରା’ ନିକ୍ଷେପ କରିଥିବା ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ର

Advertisment
ଲକ୍ଷ୍ୟ ଭେଦ କଲା ସର୍ବାଧିକ ଦୂରତାରୁ ‌ନୌସେନା ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କୋରା’ ନିକ୍ଷେପ କରିଥିବା ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ର

Image Courtesy of Zee News

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ନୌସେନା କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କୋରା’ରୁ ଯୁଦ୍ଧପୋତ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ବ୍ୟବହାରିକ ପରୀକ୍ଷା କରିଛି। ଭାରତୀୟ ନୌସେନା କହିବା ଅନୁସାରେ, ବଙ୍ଗୋପସାଗରରେ କରାଯାଇଥିବା ଏହି ବ୍ୟବହାରିକ ପରୀକ୍ଷାରେ ସର୍ବାଧିକ ଦୂରତ୍ବରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରଟି ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଥିବା ଜାହାଜର ଠିକଣା ସ୍ଥାନରେ ମାଡ଼ କରିଛି।

କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଜାହାଜରେ ଲକ୍ଷ୍ୟଭେଦ କରୁଥିବା ଏବଂ ଆକାଶକୁ ଅଗ୍ନିଶିଖା ଉଠୁଥିବାର ଚିତ୍ର ମଧ୍ୟ ଭାରତୀୟ ନୌସେନା ଟୁଇଟ୍‌ କରିଛି।

publive-image Image Courtesy of Swarajya

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଆରବ ସାଗରର କୌଣସି ଅଞ୍ଚଳରେ ଏକ ଯୁଦ୍ଧପୋତ-ନିରୋଧୀ କ୍ଷେପଣାସ୍ତ୍ର ଗୋଟାଏ ଜାହାଜକୁ ଧ୍ବଂସ କରୁଥିବା ଭିଡିଓ ଭାରତୀୟ ନୌସେନା ଅକ୍ଟୋବର ୨୩ ତାରିଖରେ ରିଲିଜ୍‌ କରିଥିଲା। କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ପ୍ରବାଳ’ରୁ ଏହି କ୍ଷେପଣାସ୍ତ୍ରଟି ନିକ୍ଷେପ କରାଯାଇଥିଲା। ଭାରତୀୟ ନୌସେନାର ଜଣେ ମୁଖପାତ୍ର ଟୁଇଟ୍‌ କରିଥିଲେ ଯେ, ସର୍ବାଧିକ ଦୂରତାରୁ ଏହି କ୍ଷେପଣାସ୍ତ୍ରଟି ତା’ର ନିର୍ଦ୍ଧାରିତ ଲକ୍ଷ୍ୟ, ବୁଡ଼ିଯାଉଥିବା ଗୋଟାଏ ପୁରୁଣା ଜାହାଜକୁ ମାଡ଼ କରି ତାକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଛି।

ଏହା ବ୍ୟତିରେକେ, ଏ ମାସ ପ୍ରାରମ୍ଭରେ ଭାରତୀୟ ସେନାମୁଖ୍ୟ ଜେନେରାଲ ଏମ୍‌ଏମ୍ ନରୱଣେ ବୁଡ଼ାଜାହାଜ ବିଧ୍ବଂସୀ କ୍ଷୁଦ୍ର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ କବରତ୍ତୀ’କୁ ‌ନୌସେନାରେ ସାମିଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe