ଗୋଆ ବିମାନ ବନ୍ଦରରେ ଜଳିଗଲା ଏମ୍ଆଇଜି ୨୯ ଲଢ଼ୁଆ ବିମାନ

Advertisment
ଗୋଆ ବିମାନ ବନ୍ଦରରେ ଜଳିଗଲା ଏମ୍ଆଇଜି ୨୯ ଲଢ଼ୁଆ ବିମାନ

ANI

ପାନାଜି: ଭାରତୀୟ ପ୍ରତିରକ୍ଷା ବିଭାଗର ଲଢ଼ୁଆ ବିମାନ ଏମଆଇଜି ୨୯ କେ ଆଜି ପ୍ରଶିକ୍ଷଣ ଉଡ଼ାଣ ବେଳେ ଗୋଆ ବିମାନବନ୍ଦରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ତାଲିମ ନେଇଥିବା ପାଇଲଟ୍‌ ଜଣକ ନିଜକୁ ଏହି ଦୁର୍ଘଟଣାରୁ ବେଲ ଆଉଟ୍‌ କରି ନେଇଥିବାରୁ ନିଜକୁ ବଞ୍ଚାଇ ପାରିଛନ୍ତି। ଏମଆଇଜିି ୨୯କେ ବିମାନରେ ଲାଗିଥିବା ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ନିୟୋଜିତ କରାଯାଇଥିବା ବେଳେ ଗୋଆ ବିମାନବନ୍ଦରକୁ ସାମୟିକ ଭାବେ ବେସାମରିକ ବିମାନ ଚଳାଚଳ ପାଇଁ ବନ୍ଦ କରି ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ନୌସେନାର ଆଇଏନଏସ  ହଂସରୁ ପରିଚାଳିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଲଢ଼ୁଆ ବିମାନର ବୈମାନିକ ଜଣକ ତାଲିମ ସମୟରେ ବିମାନ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ଗୋଆ ବିମାନବନ୍ଦରର ରନ୍‌େଓ୍ଵରେ ଜଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe