Image Courtesy of India Today
ମୁମ୍ବାଇ: ଆଜି ହେଉଥିବା ‘ଏମ୍ଏଲ୍ସି’ (ବିଧାନ ପରିଷଦ୍ ସଦସ୍ୟ) ନିର୍ବାଚନକୁ ଯାଇ ଭୋଟ୍ ଦେବା ପାଇଁ ଅନୁମତି ପାଇବା ଲାଗି ମହାରାଷ୍ଟ୍ର ବିଧାୟକ ନବାବ ମଲ୍ଲିକ୍ ଏବଂ ଅନୀଲ ଦେଶମୁଖ ଆଜି ସୁପ୍ରିମ୍ କୋର୍ଟରେ ଆବେଦନ କରିଛନ୍ତି।
ଜରୁରୀ ଶୁଣାଣି ପାଇଁ ସେମାନଙ୍କ ଓକିଲ ଆବେଦନ କରିଥିବାରୁ, ଆଜି ମଧ୍ୟାହ୍ନ ବେଳକୁ ସୁପ୍ରିମ୍ କୋର୍ଟ ଆବେଦନର ଶୁଣାଣି କରି ପାରନ୍ତି। ନିର୍ବାଚିତ ଜନପ୍ରତିନିଧି ହୋଇଥିବାରୁ ଭୋଟ୍ ଦେବା ସେମାନଙ୍କର ବୈଧାନିକ ଅଧିକାର ବୋଲି ଆବେଦନରେ ସେମାନେ ଦର୍ଶାଇଛନ୍ତି।
ଜୁନ୍ ୨୦ରେ ହେବାକୁ ଥିବା ‘ଏମ୍ଏଲ୍ସି’ରେ ଭୋଟ୍ ଦେବାକୁ ଜେଲ୍ରୁ ବାହାରିବା ପାଇଁ ସେମାନେ ପୂର୍ବରୁ ବମ୍ବେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ, ସମ୍ପ୍ରତି ଜେଲ୍ରେ ଥିବା ଉଭୟ ରାଜନେତାଙ୍କୁ ବାହାରକୁ ଯାଇ ଭୋଟ୍ ଦେବା ପାଇଁ ଶୁକ୍ରବାର ଦିନ ଶୁଣାଇ ଥିବା ରାୟରେ ବମ୍ବେ ହାଇକୋର୍ଟ ସେମାନଙ୍କୁ ଅନୁମତି ଦେଇ ନ ଥିଲେ।
Image Courtesy of One Indiaସୂଚନାଯୋଗ୍ୟ, ‘ମନି ଲଣ୍ଡରିଂ’ ମାମଲାରେ ଗତବର୍ଷ ନଭେମ୍ବର ମାସରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦେଶମୁଖଙ୍କୁ ଗିରଫ କରିଥିଲା।
ପଳାତକ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ ଏବଂ ସେମାନଙ୍କ ସହଯୋଗୀମାନଙ୍କ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥିବା ଭିନ୍ନ ଏକ ‘ମନି ଲଣ୍ଡରିଂ’ ମାମଲାର ତଦନ୍ତ ବେଳେ ଚଳିତ ବର୍ଷ ଫେବ୍ରୁଆରି ୨୩ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଲିକଙ୍କୁ ଗିରଫ କରିଥିଲା।
ଉଭୟ ‘ଏନ୍ସିପି’ ନେତା ସମ୍ପ୍ରତି ବିଚାର ବିଭାଗୀୟ ହାଜତରେ ଅଛନ୍ତି।
Follow Us