ନଓ୍ଵାବ ମଲିକ ଓ ଅନିଲ ଦେଶମୁଖଙ୍କୁ ରାଜ୍ୟସଭା ନିର୍ବାଚନରେ ଭୋଟ୍‌ ଦେବାକୁ ମିଳିଲା ନାହିଁ ଅନୁମତି

ରାଜ୍ୟସଭା ପରେ ବିଧାନପରିଷଦ ନିର୍ବାଚନ ପାଇଁ ବି ଭୋଟ ଦେବାକୁ ମିଳିଲା ନାହିଁ ଅନୁମତି

Image Courtesy: Live Law

ମୁମ୍ବାଇ: ଆସନ୍ତାକାଲି (ଜୁନ୍‌ ୧୦)ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସଂପ୍ରତି ଜେଲରେ ଥିବା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଅନୁମତି ମିଳିନାହିଁ।

ରାଜ୍ୟସଭା ନିର୍ବାଚନରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିିବାକୁ ଅନୁମତି ମାଗି ଉଭୟେ ମହାରାଷ୍ଟ୍ର ମନ୍ତ୍ରୀ ନଓ୍ଵାବ ମଲ୍ଲିକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ କରିଥିବା ଆବେଦନକୁ ସ୍ୱତନ୍ତ୍ର ପିଏମଏଲଏ ଅଦାଲତ ଗୁରୁବାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସଂପୃକ୍ତି ଅଭିଯୋଗରେ ଉଭୟେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି।

ତେବେ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ଓକିଲ ଯଥାଶୀଘ୍ର ଏହି ନିର୍ଦ୍ଦେଶର ଏକ ପ୍ରମାଣିତ ନକଲ ଦେବା କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ସେମାନେ ଆଜି ହାଇକୋର୍ଟଙ୍କ ନିକଟକୁ ଯାଇ ଆଉଥରେ ଆବେଦନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe