ଡି-ଗ୍ୟାଙ୍ଗ୍‌ ସାହାଯ୍ୟରେ ୩୦୦ କୋଟିର ଜାଗାକୁ ମାତ୍ର କେତେ ଲକ୍ଷ ଟଙ୍କାରେ କିଣିଥିଲେ ନବାବ ମଲ୍ଲିକ୍‌: ପ୍ରବର୍ତ୍ତନ ନିର୍ଦେଶାଳୟ

Advertisment
ଡି-ଗ୍ୟାଙ୍ଗ୍‌ ସାହାଯ୍ୟରେ ୩୦୦ କୋଟିର ଜାଗାକୁ ମାତ୍ର କେତେ ଲକ୍ଷ ଟଙ୍କାରେ କିଣିଥିଲେ ନବାବ ମଲ୍ଲିକ୍‌: ପ୍ରବର୍ତ୍ତନ ନିର୍ଦେଶାଳୟ

Image Courtesy of India Today

ନୂଆଦିଲ୍ଲୀ: ଡି-ଗ୍ୟାଙ୍ଗ୍‌ର ସରବ୍ୟ ହୋଇଥିବା ମୁନିରା ପ୍ଲମ୍ବର୍‌ଙ୍କ ଠାରୁ ୩୦୦ କୋଟି ଟଙ୍କାର ଗୋଟାଏ ପ୍ଲଟ୍‌କୁ ମନ୍ତ୍ରୀ ନବାବ ମଲ୍ଲିକ ‘ସଲିଡିୟସ୍‌ ଇନ୍‌ଭେଷ୍ଟ୍‌ମେଣ୍ଟ୍‌ସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଜରିଆରେ  ମାତ୍ର ଅଳ୍ପ କେତେ ଲକ୍ଷ ଟଙ୍କାରେ କିଣିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି।

ନବାବ ମଲ୍ଲିକଙ୍କ ପରିବାର ମାଲିକାନାରେ ଥିବା ଏହି କମ୍ପାନିକୁ ହସୀନା ପାର୍କର୍‌ଙ୍କ ସମେତ ଡି-ଗ୍ୟାଙ୍ଗ୍‌ ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ନବାବ ମଲ୍ଲିକ୍‌ ପରିଚାଳନା କରୁଥିଲେ।

ପ୍ରବର୍ତ୍ତନ ନିର୍ଦେଶାଳୟକୁ ଦେଇଥିବା ବିବୃତିରେ ମୁନିରା ପ୍ଲମ୍ବର୍‌ କହିଛନ୍ତି, ଗୋଆୱାଲା କମ୍ପାଉଣ୍ଡ୍‌ ନାମରେ ପ୍ରସିଦ୍ଧ ମୁମ୍ବାଇର କୁର୍ଲାରେ ତାଙ୍କ ମାଲିକାନାରେ ଥିବା ଉକ୍ତ ପ୍ଲଟ୍‌ଟିର ପରିସୀମା ପ୍ରାୟ ୩ ଏକର ହେବ।

publive-image Image Courtesy of News18

ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଦାଉଦ୍‌ ଗ୍ୟାଙ୍ଗ୍‌ର ସଦସ୍ୟ ସଲିମ୍‌ ପଟେଲ୍‌ ଉକ୍ତ ସମ୍ପତ୍ତିକୁ ଜଣେ ତୃତୀୟ ପକ୍ଷଙ୍କୁ ବିକ୍ରୟ କରିଥିବା କଥା ସେ ଜାଣି ନ ଥିଲେ। କାରଣ ଉକ୍ତ ଜମି ବିକ୍ରୟ କରିବା ନିମନ୍ତେ ୨୦୦୩ ଜୁଲାଇ ୧୮ରେ ମାଲିକାନା ହସ୍ତାନ୍ତର ପାଇଁ ହୋଇଥିବା ‘ଟିନାନ୍‌ସି ଏଗ୍ରିମେଣ୍ଟ୍‌’ରେ ସେ ଦସ୍ତଖତ କରି ନ ଥିଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ସେ ସ୍ଥାନକୁ ଦୁର୍ବୃତ୍ତମାନଙ୍କ ଜବରଦଖଲରୁ  ହଟାଇବା, ସମସ୍ତ ବିବାଦର ସମାଧାନ କରିବା ଏବଂ ଦଖଲକାରୀଙ୍କ ନାମ ରଦ୍ଦ କରିବା ଲାଗି ସେ ସଲିମ୍‌ ପଟେଲ୍‌କୁ ୫ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ, ସମ୍ପତ୍ତି ବିକ୍ରୟ କରିବା ଲାଗି ସେ ସଲିମ୍‌ ପଟେଲ୍‌ଙ୍କୁ କ୍ଷମତା ଦେଇ ନ ଥିଲେ।

କାଗଜପତ୍ର ଜାଲିଆତି କରି ସଲିମ୍‌ ପଟେଲ୍‌ ସେ ଜାଗାକୁ ଖରିଦ କରିଥିଲେ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe