ରାଜ୍ୟସଭା ନିର୍ବାଚନ: ଭୋଟ୍‌ ଦେବା ପାଇଁ ନୱାବ ମଲିକ କୋର୍ଟଙ୍କ ଦ୍ବାରସ୍ଥ

Advertisment
ରାଜ୍ୟସଭା ନିର୍ବାଚନ: ଭୋଟ୍‌ ଦେବା ପାଇଁ ନୱାବ ମଲିକ କୋର୍ଟଙ୍କ ଦ୍ବାରସ୍ଥ

Wikipedia

ମୁମ୍ବାଇ : ଅର୍ଥ ହେରଫେର ମାମଲାରେ ଗତ ଫେବୃଆରି ୨୩ରେ ଗିରଫ ହୋଇଥିବା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ନୱାବ ମଲିକ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ପାଇଁ ଆଜି ସ୍ବତନ୍ତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଭୋଟ୍‌ ଦେବାକୁ ଇଚ୍ଛୁକ ମଲିକ ନିବେଦନ କରିଛନ୍ତି, ତାଙ୍କୁ ଆମ୍ବୁଲାନ୍ସରେ କିଛି ଘଣ୍ଟା ପାଇଁ ଡାକ୍ତରଙ୍କ ତତ୍ତ୍ବବଧାନରେ ଭୋଟ୍‌ଗ୍ରହଣ କେନ୍ଦ୍ରକୁ ନିଆଗଲେ ସେ ଭୋଟ୍ ଦେଇ ପାରିବେ।

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମାନ ଆବେଦନ ସହିତ ଜୁନ୍ ୮ରେ ଅଦାଲତ ଏହି ପିଟିସନର ଶୁଣାଣି କରିବେ। ଶୁକ୍ରବାର ଦିନ ଦେଶମୁଖ ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ଗୋଟିଏ ଦିନ ପାଇଁ ଅସ୍ଥାୟୀ ମୁକ୍ତି ମାଗିଛନ୍ତି। ଦେଶମୁଖଙ୍କ ଆବେଦନ ଉପରେ ଏହାର ଜବାବ ଦେବାକୁ ଅଦାଲତ ଇଡିକୁ କହିଛନ୍ତି। ଆଜି ଏହାର ଉତ୍ତର ଦାଖଲ କରିବାକୁ ଇଡି ଅଧିକ ସମୟ ମାଗିଥିଲା ​​ଏବଂ ସେହି ଅନୁଯାୟୀ ଅଦାଲତ ଜୁନ୍ ୮ ପର୍ଯ୍ୟନ୍ତ ଏଜେନ୍ସିକୁ ସମୟ ପ୍ରଦାନ କରିଥିଲେ। ଅର୍ଥ ହେରଫେର ମାମଲାରେ ଇଡି ଉଭୟ ଦେଶମୁଖ ଏବଂ ମଲିକଙ୍କୁ ଗିରଫ କରିଥିଲା। ଦୁହେଁ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe