ଲକ୍ଷ୍ନୌ: କନ୍ନୌଜରେ ସମାଜବାଦୀ ପାର୍ଟି (ଏସପି) ନେତା ତଥା ପୂର୍ବତନ ବ୍ଲକ ମୁଖ୍ୟ ନବାବ ସିଂ ଯାଦବଙ୍କ ଡିଏନଏ ନମୁନା ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ସହ ମେଳ ଖାଇଛି ଏବଂ ଏହାଦ୍ୱାରା ଦୁଷ୍କର୍ମ ପ୍ରମାଣିତ ହୋଇଛି। ଫୋରେନସିକ୍ ପରୀକ୍ଷା ରିପୋର୍ଟରେ ଏହା ପ୍ରକାଶ ପାଇଛି, ଯେଉଁଥିପାଇଁ ନବାବ ସିଂଙ୍କ ସମସ୍ୟା ବଢ଼ିଛି। ବର୍ତ୍ତମାନ ପୁଲିସ୍ ତାଙ୍କ ବିରୋଧରେ ପୋକ୍ସୋ ଅଧିନିୟମ ଅନୁଯାୟୀ ଚାର୍ଜସିଟ ଦାଖଲ କରିବ।
ଅଗଷ୍ଟ ୧୧ ରାତିରେ ନବାବ ସିଂ ଯାଦବ କନ୍ନୌଜରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ପୀଡିତା ଜଣକ ୧୧୨ ନମ୍ବରକୁ କଲ କରି ଘଟଣା ସମ୍ପର୍କରେ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କ ପୀଉସୀଙ୍କୁ ଗିରଫ କରି ପଚରାଉଚରା କରିଥିଲା। ସୂଚନାଯୋଗ୍ୟ, ନବାବ ଯାଦବ ଅଖିଳେଶ ଏବଂ ତାଙ୍କ ପତ୍ନୀ ଡିମ୍ପଲଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ। ଏହି ନବାବ ଡିମ୍ପଲ୍ ଯାଦବଙ୍କ ପ୍ରତିନିଧୀ ମଧ୍ୟ ରହିଛନ୍ତି।
ଏହାପୂର୍ବରୁ ନବାବ ସିଂଙ୍କ ଜଣେ ନିକଟ ସମ୍ପର୍କୀୟଙ୍କ ବେଆଇନ ସମ୍ପତ୍ତି ଉପରେ ପ୍ରଶାସନ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସରକାରୀ ଜମିରେ ୪୫୦ବର୍ଗ ମିଟର ଉପରେ ନିର୍ମିତ ତିର୍ବା ସ୍ଥିତ ବାଙ୍କେ ବିହାରୀ କୋଲ୍ଡ ଷ୍ଟୋରେଜ୍ର ସୀମା କାନ୍ଥକୁ ଭାଙ୍ଗି ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ:ଛଅ ଘଣ୍ଟା ଜେରା ପରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କଲା ଇଡି
ଏସପି ସଭାପତି ଅଖିଳେଶ ଯାଦବ ଅଯୋଧ୍ୟାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦଳର ନେତା ମୋଇଦ ଖାନ ଏବଂ ତାଙ୍କ ସେବକ ରାଜୁ ଖାନଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଅଖିଳେଶ କହିଥିଲେ ଯେ ଗର୍ଭବତୀ ଝିଅର ଡିଏନଏ ପରୀକ୍ଷା କରାଯିବା ଉଚିତ୍। ଏନେଇ ତାଙ୍କୁ ସମାଲୋଚନା କରାଯାଇଥିଲା। ତେବେ ନବାବ ସିଂଙ୍କ ମାମଲାରେ ଡିଏନ୍ଏ ମ୍ୟାଚ୍ ପ୍ରମାଣ କରିଛି ଏସପି ନେତା ଦୁଷ୍କର୍ମ କରିଛନ୍ତି। ଏବେ ଅଖିଳେଶ ଯାଦବଙ୍କୁ ବିଜେପି ଘେରିବା ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ:ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍
Follow Us