ଭାଇ ଉପରେ ନଥିଲା ବିଶ୍ୱାସ: ନିଜ ଭାଇ ଶେହବାଜ ପ୍ରଧାନମନ୍ତ୍ରୀ ହେଉ ଚାଁହୁନଥିଲେ ନୱାଜ ସରିଫ

Advertisment
ଭାଇ ଉପରେ ନଥିଲା ବିଶ୍ୱାସ: ନିଜ ଭାଇ ଶେହବାଜ ପ୍ରଧାନମନ୍ତ୍ରୀ ହେଉ ଚାଁହୁନଥିଲେ ନୱାଜ ସରିଫ

photo-dawn

ଲାହୋର: ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଇମ୍ରାନଙ୍କୁ ବହିଷ୍କୃତ କରାଯିବା ପରେ ଆସନ୍ତାକାଲି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ବଛାଯିବ। ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ୍(ଏନ)ରୁ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବାବେଳେ ଶାହ ମହମ୍ମଦ କୁରେଶୀ ଇମ୍ରାନ ଖାନଙ୍କ ଦଳ ପିଟିଆଇରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଞ୍ଚ ବର୍ଷ ପୂର୍ବେ ଶେହବାଜଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିଥିଲା, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଭାଇ ନୱାଜ ସରିଫ ଏଥିରେ ରାଜି ହୋଇନଥିଲେ | ଏହା ସେତେବେଳେ ହୋଇଥିଲା ଯେତେବେଳେ ପାନାମା ପେପର ମାମଲାରେ ନୱାଜଙ୍କୁ ପଦ ହରାଇବାକୁ ପଡିଥିଲା | ଏଭଳି ପରିସ୍ଥିତିରେ, ଶେହବାଜ କ୍ଷମତାକୁ ଫେରିବା ପରେ ନୱାଜ ସରିଫଙ୍କ ବିରୋଧରେ ମାମଲା ରୁଜୁ ହେବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

କଣ ଥିଲା ଘଟଣା?
୨୦୧୭ ମସିହାରେ , ଯେତେବେଳେ ତିନିଥର ପ୍ରଧାନମନ୍ତ୍ରୀ ଥିବା ନୱାଜ ସରିଫଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ବରଖାସ୍ତ କରିଥିଲେ ସେହି ସମୟରେ, ନୱାଜଙ୍କର ଆଉ ୧୦ ମାସର କାର୍ଯ୍ୟକାଳ ବାକି ଥିଲା | ତେବେ ନୱାଜ ଅବଶିଷ୍ଟ ୧୦ ମାସ ପାଇଁ ତାଙ୍କ ସାନଭାଇ ଶେହବାଜଙ୍କ ଅପେକ୍ଷା ଦଳର ନେତା ସାହିଦ ଖକାନ ଅବ୍ବାସିଙ୍କୁ ପସନ୍ଦ କରିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶେହବାଜଙ୍କର ପାକିସ୍ତାନୀ ସେନା ସହିତ ଘନିଷ୍ଠ ସମ୍ପର୍କ ରହିଥିଲା । ଏହା ସତ୍ତ୍ୱେ ନୱାଜ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe