ଇସଲାମାବାଦ୍: ପାନାମା ପେପର୍ସ ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଅଯୋଗ୍ୟ ଘୋଷଣା କରିବା ପରେ ମଧ୍ୟ ସେ ପିଏମଏଲ-ଏନ୍ (ପାକିସ୍ତାନ ମୁସଲିମ ଲିଗ୍-ନଓ୍ଵାଜ୍) ଦଳର ମୁଖ୍ୟ ହେବା ବିରୋଧରେ ଆଜି ପାକିସ୍ତାନ ହାଇକୋର୍ଟ ଏକ ପିଟିସନ୍ ଗ୍ରହଣ କରିଛନ୍ତି। ସରିଫ ପିଏଏନଏଲର ମୁଖ୍ୟ ହେବାକୁ ବିରୋଧ କରି ଜଣେ ଆବେଦନକାରୀ କୋର୍ଟରେ ଆବେଦନ କରିଥିଲେ। ପାକିସ୍ତାନ ସୁପି୍ରମକୋର୍ଟ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ମଧ୍ୟ ସେ ପିଏମ୍ଏଲ୍ ଏନ୍ ମୁଖ୍ୟ ହେବା ବେଆଇନ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଇସଲାମାବାଦ୍ ହାଇକୋର୍ଟ ବିଚାରପତି ଅମେର ଫାରୁକ୍ କହିଛନ୍ତି ଯେ କୋର୍ଟ ଉକ୍ତ ଆବେଦନକାରୀଙ୍କ ଆବେଦନ ଗ୍ରହଣ କରିବା ସହ ସରିଫ ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନକାରୀଙ୍କ ମତରେ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏକ ରାଜନୈତିକ ଦଳର ମୁଖ୍ୟ ହେବାର ଅନୁମତି ଦେବା ସମ୍ବିଧାନ ବିରୋଧୀ ଅଟେ। ପିପିଓ (ପଲିଟିକାଲ ପାର୍ଟିଜ୍ ଅର୍ଡିନାନ୍ସ) ୨୦୦୨ର ଧାରା ୫ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେ କୌଣସି ରାଜନୈତିକ ଦଳର ମୁଖ୍ୟ ହୋଇପାରିବେନି କି ସଭାପତିତ୍ୱ କରିପାରିବେ ନାହିଁ। ଏଭଳି ସ୍ଥିତିରେ ନଓ୍ଵାଜ ହଟିବାକୁ ବାଧ୍ୟ ହେବେ ବୋଲି ଦଳର ବରିଷ୍ଠ ନେତାମାନେ ମଧ୍ୟ କହିଛନ୍ତି।
ନଓ୍ଵାଜଙ୍କ ସଙ୍କଟ ବଢ଼ିଲା: ପିଏମ୍ଏଲ-ଏନ୍ରୁ ହଟିବେ
Advertisment
Follow Us