ସରିବ ନୱାଜଙ୍କ ବନବାସ! ଆସନ୍ତା ସପ୍ତାହରେ ଲଣ୍ଡନରୁ ପାକିସ୍ତାନକୁ ଫେରିପାରନ୍ତି ସରିଫ

ଚର୍ଚ୍ଚାରେ ନୱାଜ ସରିଫ୍‌ଙ୍କ ବୟାନ: ପରମାଣୁ ପରୀକ୍ଷା ନ କରିବାକୁ ବିଲ୍ କ୍ଲିଣ୍ଟନ ୫୦୦ କୋଟି ଡଲାର ଯାଚିଥିଲେ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବନବାସ ଶେଷ ହେବାକୁ ଯାଉଛି | ଆସନ୍ତା ମାସ ସୁଦ୍ଧା ସେ ପାକିସ୍ତାନ ଫେରିପାରନ୍ତି। ପାକିସ୍ତାନର ମନ୍ତ୍ରୀ ସୋମବାର କହିଛନ୍ତି ଯେ ତାଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ ନୱାଜର ମୁଖ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆସନ୍ତା ମାସରେ ଲଣ୍ଡନରୁ ଫେରିବେ। ନୱାଜ ସରିଫ ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ବଡ ଭାଇ। ବାସ୍ତବରେ ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ଜଣେ ଭେଟେରାନ ନେତା ମିଆଁ ଜାଭେଦ ଲତିଫ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନୱାଜ ସରିଫ ସେପ୍ଟେମ୍ବରରେ ଲଣ୍ଡନରୁ ପାକିସ୍ତାନକୁ ଫେରିବେ।

ଲତିଫ ଏହା ମଧ୍ୟ କହିଛନ୍ତି ଯେ ୭୨ ବର୍ଷୀୟ ନୱାଜ ସରିଫ ବର୍ତ୍ତମାନ ପାକିସ୍ତାନକୁ ଆସିବା ଉଚିତ, କାରଣ ତାଙ୍କ ଉପସ୍ଥିତି ବିନା ପାକିସ୍ତାନର ରାଜନୀତି ଅସମ୍ପୂର୍ଣ୍ଣ । ନିକଟରେ ଲଣ୍ଡନରେ ସରିଫଙ୍କୁ ଭେଟିଥିବା ଲତିଫ କହିଛନ୍ତି ଯେ ପାକିସ୍ତାନର ଲୋକମାନେ ଚାହୁଁଛନ୍ତି ଯେ ସେ ଏଠାରେ ରୁହନ୍ତୁ। ଆପଣଙ୍କୁ କହିରଖୁଛୁ ଯେ ପାକିସ୍ତାନ ମୁସଲିମ ଲିଗ ନୱାଜର ମୁଖ୍ୟ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ନଭେମ୍ବର ୨୦୧୯ ରେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ଲଣ୍ଡନ ଯିବା ପୂର୍ବରୁ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ସରିଫ ଲାହୋରର କୋଟ ଲଖପତ ଜେଲରେ ସାତ ବର୍ଷ ଜେଲ ଦଣ୍ଡ ଭୋଗୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe