Photograph: (Sambad.in)
ନୂଆଦିଲ୍ଲୀ: ଭାରତର ଆକ୍ସନ ଦେଖି ଛାନିଆ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । ଭାରତ ସହ ନଲାଗିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ । ସାନ ଭାଇ ସହବାଜ ସରିଫକୁ ବୁଝାଇଲେ ବଡ଼ ଭାଇ ନୱାଜ୍ ସରିଫ । ଭାରତ ବିରୋଧରେ ନଲାଗିବାକୁ ପରାମର୍ଶ ଦେବା ସହ ଏହା ଭାରି ପଡିପାରେ ବୋଲି କହିଛନ୍ତି ନୱାଜ ସରିଫ୍ । ସାନ ଭାଇକୁ ବଡ ଭାଇ ଭାରତ ବିରୋଧରେ ନଲାଗିବାକୁ କହିଥିବା ପାକିସ୍ତାନର ଖବର କାଗଜରେ ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ହେଉଛି ।
ସେପଟେ ଭାରତ ସହ କୌଣସି ବି ପରିସ୍ଥିତିରେ ଯୁଦ୍ଧ ନକରିବାକୁ ନୱାଜ କହିଥିବା ବେଳେ ଭାରତ ସହ ଉପୁଜିଥିବା ସ୍ଥିତିର ସମାଧାନ ସହ ଅନ୍ୟ ବାଟରେ କେମିତି ଏହାର ସମାଧାନ ହୋଇପାରିବ ସେନେଇ ବୁଝାଇଛନ୍ତି ନୱାଜ ଆଉ ରୋକଠୋକ୍ କହିଛନ୍ତି ସେ ଯୁଦ୍ଧର ପନ୍ଥାକୁ ଘୋର ବିରୋଧ କରୁଛନ୍ତି ।
ପହଲଗାମ୍ ଆତଙ୍କୀ ହମଲା ପରେ ଆତଙ୍କବାଦୀଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିବା ଭାରତ ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେବା ଆରମ୍ଭ କରିଛି । ଭାରତ ପାକିସ୍ତାନ ବିରୋଧରେ କଡା ଆଭିମୁଖ୍ୟ ଦେଖାଉଥିବାରୁ ବିଳିବିଳେଇ ହୋଇଛି ପାକିସ୍ତାନ । ଜଳ ସ୍ଥଳ ଆକାଶରେ ଭାରତ କଡା ଆଭିମୁଖ୍ଯ ଦେଖାଇବା ଡିଜିଟାଲ୍ ଷ୍ଟ୍ରାଇକ ବି କରିଛି । ଅନ୍ଯପଟେ ବିଭିନ୍ନ ବଡ଼ ବଡ଼ ରାଷ୍ଟ୍ରମାନେ ମଧ୍ଯ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଯେତେବେଳେ ଭାରତକୁ ସମର୍ଥନ ଜଣାଉଛନ୍ତି ସେତେବେଳେ ଏକାକୀ ପଡିଯାଇଛି ପାକିସ୍ତାନ । ଏତିକି ବେଳେ ରାଗ ସୁଝାଇବାକୁ ଯାଇ ଏଲଓସିରେ ଗୁଳିମାଡ କରୁଛି ପାକିସ୍ତାନ ଏବଂ ଯୁଦ୍ଧ ପାଇଁ ସଜବାଜ ହେଉଛି । ତେବେ ଏସବୁ ଦେଖି ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ନୱାଜ୍ ସରିଫ ।
Follow Us