ଉନ୍ନତ ଚିକିତ୍ସା ନିମନ୍ତେ ସୋମବାର ଦିନ ଲଣ୍ଡନ ଯିବେ ନଓ୍ଵାଜ୍‌ ଶରିଫ୍‌

ଉନ୍ନତ ଚିକିତ୍ସା ନିମନ୍ତେ ସୋମବାର ଦିନ ଲଣ୍ଡନ ଯିବେ ନଓ୍ଵାଜ୍‌ ଶରିଫ୍‌

Image Source: Zee News

ଇସ୍‌ଲାମାବାଦ୍‌: ଅସୁସ୍ଥ ଥିବା, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ଶରିଫ୍‌ ଉନ୍ନତ ଚିକିତ୍ସା କରାଇବାକୁ ସୋମବାର ଦିନ ଲଣ୍ଡନ୍‌ ଯିବେ।

ଶରିଫ୍‌ଙ୍କ ଗସ୍ତ ସଂକ୍ରାନ୍ତ ବିବରଣୀରୁ ଜଣାପଡ଼ିଛି ଯେ ଏଥି ନିମନ୍ତେ ତାଙ୍କ ବିମାନ ଟିକେଟ୍‌ କନ୍‌ଫର୍ମ ହୋଇ ସାରିଛି।

ନଭେମ୍ବର ୧୧ ତାରିଖ, ସୋମବାର ସକାଳେ ନଓ୍ଵାଜ୍‌ ବିମାନ ଯୋଗେ ଲଣ୍ଡନ ଯାତ୍ରା କରିବେ।

ସେଠାରୁ ସେ ନଭେମ୍ବର ୨୭ ତାରିଖରେ ଫେରିବେ ବୋଲି ଟିକେଟ୍‌ କରାଯାଇଛି।

publive-image Image Source: NDTV

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ନଇମ୍‌ ଉଲ୍‌ ହକ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ସରକାର ଶରିଫ୍‌ଙ୍କ ରିପୋର୍ଟ ଦେଖି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିମନ୍ତେ ଏ ଭଳି ନିଷ୍ପତ୍ତି ନେଇଛନ୍ତି।

ତାଙ୍କ ଡାକ୍ତରୀ ଚିକିତ୍ସା ଲାଗି କେତେ ସମୟ ଦିଆଯିବ ତାହା ଅଦାଲତ ସ୍ଥିର କରିବେ ବୋଲି ନଇମ୍‌ କହିଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତାଙ୍କ ସହ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ଵାଜ୍‌ର ଅଧ୍ୟକ୍ଷ ଥିବା ତାଙ୍କ ସାନଭାଇ ଶେହବାଜ୍‌ ଶରିଫ୍‌ ଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe