୨ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ

Advertisment

ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଆଜି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଲିସ ଜଣେ ଦୁର୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି।

ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଆଜି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଲିସ ଜଣେ ଦୁର୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି।

naxal arrested

naxal arrested Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ଆଉ ଏକ ସଫଳତା। ଆଜି ୩ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ଅନ୍ୟ ଏକ ଘଟଣାରେ ପୁଲିସ ଜଣେ ଦୁର୍ଦାନ୍ତ ନକ୍ସଲକୁ ଗିରଫ କରିବାରେ ସଫଳତା ହାସଲ କରିଛି। ସୁକମା ଜିଲ୍ଲାର ତୁଲସିଡଙ୍ଗର,ଗୋବିନ୍ଦ ପାଲ,ଚିନ୍ତଲନାର ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ।

ତେବେ ତୁଳସୀ ଡଂଗରରେ ଜଣେ ବ୍ୟକ୍ତିଙ୍କ ଉପରେ ପୁଲିସର ସଂଦେହ ହେଲା। ତାକୁ ପୁଲିସ କାବୁ କରିବାକୁ ଚେଷ୍ଟା କରିବା ବେଳେ ସେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ପୁଲିସ ଜଂଗଲକୁ ଘେରି ସଂଦିଗ୍ଧ ବ୍ୟକ୍ତିକୁ କାବୁ କରି ପଚରାଉଚରା କରିବା ପରେ ସେ ନକ୍ସଲ ସଂଗଠନରେ କାମ କରୁଥିବା କହିବା ସହ ନିଜ ନାମ ନିଲେଶ ଅରଫ ଅବଲମ ଭୀମା ବୋଲି କହିଥିଲା। ନିଲେଶ ଆନ୍ଧ୍ର ଓଡିଶା ବଡର ଡିଭିଜନର ସଚିବ ଉଦୟର ଅଙ୍ଗରକ୍ଷକ ଭାବେ କାମ କରୁଥିବା ସ୍ବୀକାର କରିଛି।

ସରକାର ନିଲେଶ ଉପରେ ୨ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ନିଲେଶକୁ ପଚରାଉଚରା କରିବା ପରେ ସେ ମହୁଲ ଗଛ ତଳେ ଲୁଚାଯାଇଥିବା ବିସ୍ଫୋରକ ଏବଂ ବୋମାକୁ ବାହାର କରି ଦେଖାଇଥିଲା। ପୁଲିସ ନିଲେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe