ଛତିଶଗଡ଼ରେ ବଡ଼ ନକ୍ସଲ ଆକ୍ରମଣ, ୯ ଯବାନ ସହିଦ୍

Advertisment

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଘଟାଇଛନ୍ତି। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିବାବେଳେ ଆଉ କେତେକ ଆହତ ହୋଇଥିବା ସୂଚନା ମିଳିଛି ।

Updated On

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଘଟାଇଛନ୍ତି। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିବାବେଳେ ଆଉ କେତେକ ଆହତ ହୋଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
naxal

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନେ ସୁରକ୍ଷା ବାହିନୀ ଉପରେ ଏକ ବଡ଼ ଧରଣର ଆକ୍ରମଣ ଘଟାଇଛନ୍ତି। ଏହି ଆକ୍ରମଣରେ ୯ ଜଣ ଯବାନ ସହିଦ ହୋଇଥିବା ଏଡିଜି ନକ୍ସଲ ଅପରେସନ ବିବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି। ସହିଦଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଏଥିସହ କିଛି ଯବାନ ଆହତ ମଧ୍ୟ ହୋଇଛନ୍ତି।

ପୁଲିସର ସୂଚନା ଅନୁସାରେ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିରେ ପୂର୍ବରୁ ହିଁ ନକ୍ସଲମାନେ ଲାଣ୍ଡମାଇନ ଲଗାଇଥିଲେ । ଗାଡ଼ି ତା ଉପରଦେଇ ଗତି କରିବା ବେଳେ ସେଥିରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପ୍ରଭାବରେ ଗାଡ଼ିକୁ ଖଣ୍ଡବିଖଣ୍ଡ ହୋଇଯାଇଥିଲା ।

ପୁଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯବାନମାନେ ନକ୍ସଲ ବିରୋଧୀ ଅଭିଯାନ ସାରି ଶିବିରକୁ ଫେରୁଥିଲେ । ସେମାନେ ଫେରୁଥିବା ଗାଡ଼ିରେ ୧୫ରୁ ଅଧିକ ଯବାନ ଥିଲେ । ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଲ୍ୟାଣ୍ଡମାଇନ୍ ବିଛାଇଥିଲେ, ଯେଉଁଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ବର୍ତ୍ତମାନ ଆମ୍ବୁଲାନ୍ସ ଓ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe