‘ମାଓମୁକ୍ତ ଭାରତ’ ମିଶନକୁ ମାଓବାଦୀଙ୍କ ଚେକ୍, ପୁଣି ଗଡ଼ାଇଲେ ମୁଣ୍ଡ

mao killed

ରାଇପୁର: ପୁଣି ମାତିଲେଣି ମାଓବାଦୀ, ଆରମ୍ଭ ହେଲାଣି ମାଓବାଦୀଙ୍କ ବର୍ବରକାଣ୍ଡ । ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଅମାନବୀୟକାଣ୍ଡ । ପୂର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ଯା । ପୂର୍ବତନ ସରପଞ୍ଚ ବିଜୟ ଜଓ୍ୱାଙ୍କୁ ଘରୁ ଡାକି ନେଇ ନିର୍ମମ ହତ୍ଯା କଲେ ମାଓବାଦୀ । ହତ୍ଯା କରି ଗାଁ ମୁଣ୍ଡରେ ଶବ ଫୋପାଡି ଚାଲି ଗଲେ ମାଓବାଦୀ। ଘଟଣାଟି ମୋଦକାପାଲ ଥାନା ଚିନ୍ନାକୋଡେପାଲ ଗାଁରେ ଘଟିଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

ଗୋଟେ ପଟେ ଦେଶକୁ ମାଓମୁକ୍ତ କରିବାକୁ ଅପରେସନ ଚାଲିଥିବା ବେଳେ ପୁଣି ମାଓବାଦୀଙ୍କ ଏଭଳି ସକ୍ରିୟତା ମାଓ ଦମନ ପାଇଁ ଚାଲିଥିବା ଅପରେସନକୁ ଚାଲେଞ୍ଜ ଦେଇଛି । ଗତ କିଛି ମାସ ହେବ ଓଡିଶା ସୀମାବର୍ତ୍ତୀ ରାଜ୍ୟରେ ଅପରେସନ ମାଓ ସଫେଇ ଚାଲିଥିବା ବେଳେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ରହିଛି । 

ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି ଓଡିଶା ଆସି ମାଓବାଦୀଙ୍କୁ ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ।

ସମୟ ଥିଲା ଦେଶରେ ମାଓ ହିଂସା ବଢିବାରେ ଲାଗିଥିଲା । ପ୍ରତଦିନ ମାଓବାଦୀଙ୍କ ବର୍ବରକାଣ୍ଡର ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା । କେଉଁଠି ଟିଫିନ ବୋମା ବିସ୍ଫୋରଣ ତ କେଉଁଠି ନିରୀହ ଲୋକଙ୍କୁ ଗୁଳି କରି କିମ୍ବା ଗଳା କାଟି ହତ୍ୟା କରାଯାଉଥିଲା । ହେଲେ ଏବେ ମାଓବାଦୀଙ୍କୁ ନିସ୍ତାର ଦେଉନାହାନ୍ତି ମୋଦୀ ସରକାର । ଗୋଡେଇ ଗୋଡେଇ ଜଣ ଜଣ କରି ମାଓବାଦୀଙ୍କୁ ନିପାତ କରାଯାଉଛି । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦିଆଯାଉଥିବା ବେଳେ ମାଓବାଦୀଙ୍କ ଉପରେ କଠୋର ଆକ୍ସନ ଫଳରେ ଭୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।

ମାଓ ମୁକ୍ତ ହେବ ଭାରତ, ଦେଶର ରହିବେନି ଗୋଟେ ବି ନକ୍ସଲ... ଖୋଜି ଖୋଜି ସବୁ ନକ୍ସଲଙ୍କୁ ନିପାତ କରାଯିବ । ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିବ ଆଉ ଭାରତ ଭିତରେ ଶାନ୍ତିର ବିହଙ୍ଗ ଉଡିବ । ଘଞ୍ଚ ଜଙ୍ଗଲରେ ଆଉ ଚାଲିବନି ନକ୍ସଲଙ୍କ ରାଜ୍ କି ଲାଲ ବାହିନୀଙ୍କ ନାଲି ଆଖି ଆଉ ବନ୍ଧୁକ ମୁନରେ ଗଡିବନି ନିରୀହ ଲୋକଙ୍କ ମୁଣ୍ଡ, ଝରିବନି ଲୁହ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିବନି ବି ଯବାନଙ୍କ ଗାଡି... ବାସ୍ ବହୁତ ହୋଇଗଲା... ଏବେ ନିପାତ ହେବେ ଗୋଟି ଗୋଟି ନକ୍ସଲ , ଅସ୍ତ୍ର ଛାଡ ନହେଲେ ତ୍ରାହି ମିଳିବନି... 

ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତର ସ୍ଵପ୍ନକୁ ସତ କରିବାକୁ ଓଡିଶା, ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଜୋରଦାର ଚାଲିଛି ମାଓମୁକ୍ତ ଅପରେସନ । ଦିନେ ନକ୍ସଲଙ୍କୁ ଚେତାବନୀ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ- ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ, ନହେଲେ ତ୍ରାହି ନାହିଁ.. ହେଲେ ଏବେ ପୁଣି ମାଓବାଦୀ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe