ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲ ବର୍ବରତା ଦେଖିବାକୁ ମିଳିଛି। ଏଥର ଜଣେ ଅଙ୍ଗନବାଡି କର୍ମୀଙ୍କୁ ଟାର୍ଗେଟ କରିଛନ୍ତି ନକ୍ସଲ। ବାସାଗୁଡା ଥାନା ଅନ୍ତର୍ଗତ ତିମାପୁର ଗ୍ରାମରେ ଶନିବାର ରାତି ପ୍ରାୟ ସାଢେ ଆଠଟା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚିଥିଲେ। ଗାଁର ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ପଦ୍ମଙ୍କୁ ଘରୁ ବାହାରକୁ ଟାଣି ଆଣିଥିଲେ। ପ୍ରଥମେ ଅଙ୍ଗନବାଡି କର୍ମୀଙ୍କୁ ମାରଧର କରିବାରେ ଲାଗିଲେ। ଏହି ସମୟରେ ଅଙ୍ଗନବାଡି କର୍ମୀଙ୍କ ପୁଅ ନକ୍ସଲଙ୍କ ଠାରୁ ମା’ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା।କିନ୍ତୁ ନକ୍ସଲ ପୁଅକୁ ମଧ୍ୟ ମାରଧର କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ଲକ୍ଷ୍ମୀ ପଦ୍ମଙ୍କୁ ହତ୍ୟା କରିଥିଲେ ନକ୍ସଲ। ପୁଅ ସାମ୍ନାରେ ମା‘କୁ ହତ୍ୟା କରି ନକ୍ସଲ ସେଠାରୁ ଚମ୍ପଟ ମାରିଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ୨୫ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ

ଏହି ଘଟଣା ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଛି। ସ୍ଥାନୀୟ ଲୋକଙ୍କ କହିବା ହେଲା ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ନକ୍ସଲ ଅଙ୍ଗନବାଡି କର୍ମୀ ଲକ୍ଷ୍ମୀଙ୍କୁ ଚେତାବନୀ ଦେଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।

ଏହି ଖବର ପଢ଼ନ୍ତୁ: ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ବର୍ଷର ଶେଷମାସର ପ୍ରଥମ ସପ୍ତାରେ ନକ୍ସଲମାନେ ୨ଟି ହତ୍ୟାକାଣ୍ଡ କରିଛନ୍ତି। ଗତ ୨ ତାରିଖ ଦିନ ଦୁଇଜଣ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଥିଲେ। ଏବେ ଜଣେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା କରି ପୁଣି ନିଜର କାପୁରୁଷତା ଦେଖାଇଛନ୍ତି। 

ଏହି ଖବର ପଢ଼ନ୍ତୁ: ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ

୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ନିକଟରେ ବିଜାପୁର ଜିଲ୍ଲାରେ ଗୋଟିଏ ଦିନରେ ଦୁଇ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ଭେରମଗଡ଼ ଥାନା ଅଂଚଳର ପୂର୍ବତନ ସରପଞ୍ଚ ସୁକୁଲ ଫରସା ଏବଂ କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଖରାମ ଅବଲମଙ୍କୁ ନିଜ ନିଜ ଅଂଚଳରୁ ନକ୍ସଲ ଅପହରଣ କରି ନେଇଥିଲେ। ଗତ ୨ ନଭେମ୍ବର ଦିନ ବିରିୟାଭୁମି ଗ୍ରାମକୁ ଯାଉଥିବା ରାସ୍ତାରୁ ସୁକୁଲ ଫରସାକୁ ନକ୍ସଲ ଅପହରଣ କରି ନେଇଥିଲେ। ସେହିପରି କଡେର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ କୁକୁଡା ହାଟରୁ ଅପହରଣ କରି ନେଇଥିଲେ। ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। 

ଏହି ଖବର ପଢ଼ନ୍ତୁ: ୨ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ନକ୍ସଲ