କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନକ୍ସଲ, ପୋଷ୍ଟର ମାରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା

Advertisment
କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ନକ୍ସଲ, ପୋଷ୍ଟର ମାରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା

ରାୟପୁର: ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଚାଲିଥିବା କୁସ୍ତି ଯୋଦ୍ଧାଙ୍କ ଲଢ଼େଇକୁ ନକ୍ସଲମାନେ ମଧ୍ୟ ସମର୍ଥନ କରୁଥିବାର ଘୋଷଣା କରିଛନ୍ତି | ଛତିଶଗଡର ନକ୍ସଲମାନେ ଦିଲ୍ଲୀରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ବିରୋଧକୁ ସମର୍ଥନ କରିଛନ୍ତି। ସେମାନେ କାଙ୍କେରରେ ବ୍ୟାନର ଲଗାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନକ୍ସଲମାନେ ଲେଖିଛନ୍ତି ଯେ ମହିଳା କୁସ୍ତିଯୋଦ୍ଧାମାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା, ରାସ୍ତାରେ ଟାଣି ଟାଣି ନିଆଯାଇଥିଲା, କିନ୍ତୁ ସେମାନେ ତ୍ରିରଙ୍ଗାକୁ ନଇଁବାକୁ ମଧ୍ୟ ଦେଇନଥିଲେ। ଏନେଇ ପୁଲିସ ସୂଚନା ପାଇବା ପରେ ପୁଲିସ ଏବଂ ଯବାନମାନେ ବ୍ୟାନର ଜବତ କରିଛନ୍ତି । ଏହାପୂର୍ବରୁ ନକ୍ସଲମାନେ ଏକ ପ୍ରେସ ନୋଟ୍ ଜାରି କରି ସେମାନଙ୍କର ସମର୍ଥନ ଘୋଷଣା କରିଥିଲେ । ଏହି ବ୍ୟାନରରେ ନକ୍ସଲମାନେ ଲେଖିଛନ୍ତି ଯେ ଦେଶ ପାଇଁ ସମ୍ମାନ ଆଣିଥିବା କୁସ୍ତିଯୋଦ୍ଧାମାନଙ୍କୁ ଯେଭଳି ଦୁର୍ବ୍ୟବହାର କରାଯିବା ସହ ଟଣାଓଟରା କରାଯାଇଥିଲା, ତାହା ନିନ୍ଦନୀୟ |

କିନ୍ତୁ ଆମ ଭଉଣୀମାନେ ତ୍ରିରଙ୍ଗାକୁ ନଇଁବାକୁ ଦେଇନଥିଲେ | ବେଟି ବଚାଓ ବେଟି ପଢ଼ାଓ କହିବା କେନ୍ଦ୍ର ସରକାର ବନ୍ଦ କରନ୍ତୁ | ନକ୍ସଲମାନଙ୍କ ଦଣ୍ଡକାରଣ୍ୟ କମିଟିର ମୁଖପାତ୍ର ତଥା ଦୁର୍ଦ୍ଦାନ୍ତ ନକ୍ସଲ ରାମକୋ ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଏକ ପ୍ରେସ ନୋଟ୍ ମଧ୍ୟ ଜାରି କରିଥିଲେ। ଏଥିରେ ରାମକୋ କହିଥିଲେ ଯେ ନ୍ୟାୟ ପାଇଁ ନିବେଦନ କରୁଥିବା ଆମ ଝିଅମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଉଲ୍ଲେଖ ଥାଉ କି ଗତ ଏପ୍ରିଲ୍‌ ୨୩ ତାରିଖରେ ଯନ୍ତର ମନ୍ତରରେ ମେ’ ୨୮ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚଲାଇଥିଲେ। ରବିବାର ନୂଆ ସଂସଦ ଭବନ ଆଗରେ ମହିଳା ପଞ୍ଚାୟତ କରିବାକୁ ଯାଉଥିବା ସମୟରେ ଦିଲ୍ଲୀ ପୁଲିସ୍‌ ସମସ୍ତଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଏହି ସମୟରେ ପୁଲିସ୍‌ ଆନ୍ଦୋଳନସ୍ଥଳକୁ ଖାଲି କରିବା ସହ କୁସ୍ତିଯୋଦ୍ଧାମାନଙ୍କୁ ସେଠାରେ ଆଉ ଆନ୍ଦୋଳନ କରିବାକୁ ଅନୁମତି ଦେଇନଥିଲା। ତଥାପି କୁସ୍ତିଯୋଦ୍ଧାଙ୍କ ବିରୋଧରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe