ଭୁବନେଶ୍ଵର: ଦେଶରୁ ମୂଳପୋଛ ହେବ ନକ୍ସଲବାଦ, ମାଓମୁକ୍ତ ହେବ ଭାରତ । ଆଦିବାସୀ ଇଲାକାରେ ହିଂସା ଘଟିବନି ବରଂ ବିକାଶର ନୂଆ ଗଙ୍ଗା ବହିବ । ଏହା ମୋଦୀର ଗ୍ୟାରେଣ୍ଟି ବୋଲି କହି ପୁଣି ଥରେ ଓଡିଶାରୁ ମାଓବାଦୀଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ସମୟ ଥିଲା ଦେଶରେ ମାଓ ହିଂସା ବଢିବାରେ ଲାଗିଥିଲା । ପ୍ରତଦିନ ମାଓବାଦୀଙ୍କ ବର୍ବରକାଣ୍ଡର ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲା । କେଉଁଠି ଟିଫିନ ବୋମା ବିସ୍ଫୋରଣ ତ କେଉଁଠି ନିରୀହ ଲୋକଙ୍କୁ ଗୁଳି କରି କିମ୍ବା ଗଳା କାଟି ହତ୍ୟା କରାଯାଉଥିଲା । ହେଲେ ଏବେ ମାଓବାଦୀଙ୍କୁ ନିସ୍ତାର ଦେଉନାହାନ୍ତି ମୋଦୀ ସରକାର । ଗୋଡେଇ ଗୋଡେଇ ଜଣ ଜଣ କରି ମାଓବାଦୀଙ୍କୁ ନିପାତ କରାଯାଉଛି । ବନ୍ଧୁକ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ଵାନ ଦିଆଯାଉଥିବା ବେଳେ ମାଓବାଦୀଙ୍କ ଉପରେ କଠୋର ଆକ୍ସନ ଫଳରେ ଭୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳୁଛି ।

ତେବେ ମୋଦୀ ମାଓବାଦର ମୂଳପୋଛ କଥା କହିବା ବେଳେ ଆହୁରି ମଧ୍ୟ କହିଛନ୍ତି - ବିଜେପି ସରକାର ହିଂସା କରୁଥିବା ଏବଂ ହିଂସାରେ ଜଡିତ ଲୋକଙ୍କ ବିରୋଧରେ କଠୋର ଆକ୍ସନ ଗ୍ରହଣ କରିଛି । ତାସହ ଆଦିବାସୀ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେଇଛି । ଯାହାଦ୍ଵାରା ନକ୍ସଲଙ୍କୁ ନେଇ ଉପୁଜୁଥିବା ହିଂସା ଏବେ କେବଳ କିଛି ଜିଲ୍ଲାରେ ସୀମିତ ରହିଛି । 

ମାଓ ମୁକ୍ତ ହେବ ଭାରତ, ଦେଶର ରହିବେନି ଗୋଟେ ବି ନକ୍ସଲ... ଖୋଜି ଖୋଜି ସବୁ ନକ୍ସଲଙ୍କୁ ନିପାତ କରାଯିବ । ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିବ ଆଉ ଭାରତ ଭିତରେ ଶାନ୍ତିର ବିହଙ୍ଗ ଉଡିବ । ଘଞ୍ଚ ଜଙ୍ଗଲରେ ଆଉ ଚାଲିବନି ନକ୍ସଲଙ୍କ ରାଜ୍ କି ଲାଲ ବାହିନୀଙ୍କ ନାଲି ଆଖି ଆଉ ବନ୍ଧୁକ ମୁନରେ ଗଡିବନି ନିରୀହ ଲୋକଙ୍କ ମୁଣ୍ଡ, ଝରିବନି ଲୁହ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିବନି ବି ଯବାନଙ୍କ ଗାଡି... ବାସ୍ ବହୁତ ହୋଇଗଲା... ଏବେ ନିପାତ ହେବେ ଗୋଟି ଗୋଟି ନକ୍ସଲ , ଅସ୍ତ୍ର ଛାଡ ନହେଲେ ତ୍ରାହି ମିଳିବନି... 

ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତର ସ୍ଵପ୍ନକୁ ସତ କରିବାକୁ ଓଡିଶା, ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶର ସୀମାବର୍ତ୍ତି ଅଞ୍ଚଳରେ ଜୋରଦାର ଚାଲିଛି ମାଓମୁକ୍ତ ଅପରେସନ । ଦିନେ ନକ୍ସଲଙ୍କୁ ଚେତାବନୀ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ- ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ, ନହେଲେ ତ୍ରାହି ନାହିଁ.. ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଥିବା ବେଳେ ଏହାକୁ ସତ କରିଦେଖାଇବାରେ ଜୋରଦାର ଚାଲିଛି ଅପରେସନ୍ । ଆଉ ଏହାର ବଡ଼ ଉଦାହରଣ ବିଭିନ୍ନ ସମୟରେ ଓଡିଶା ସୀମାବର୍ତ୍ତୀ ରାଜ୍ୟରୁ ଆସୁଥିବା ବେଳେ ଆଜି ଯେତେବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ଓଡିଶା ଆସିଛନ୍ତି ସେତେବେଳେ ମାଓବାଦ ବିରୋଧରେ ଓଡିଶାରୁ ଚେତାବନୀ ଦେଇଛନ୍ତି । 

ଅଧିକ ପଢନ୍ତୁ-

ଆମେରିକା ଡାକୁଥିଲେ ଡୋନାଲ୍ଡ ଟ୍ରମ୍ପ୍, ଡାକି ଆଣିଲା ମହାପ୍ରଭୁଙ୍କ ମାଟି.. ଓଡ଼ିଶା ଆସି ଏମିତି କହିଲେ ମୋଦୀ