‘୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦ ଶେଷ ହେବ’

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ ନିବେଦନ କରିବା ସହ  ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ ନିବେଦନ କରିବା ସହ  ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି।

fshfshf

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ମାଓବାଦୀଙ୍କୁ ହିଂସା ତ୍ୟାଗ କରିବା, ଅସ୍ତ୍ରଶସ୍ତ୍ର ରଖିଦେବା ଓ ଆତ୍ମସମର୍ପଣ କରିବାକୁ ନିବେଦନ କରିବା ସହ  ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ଦେଶରେ ନକ୍ସଲବାଦର ଅନ୍ତ ଘଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନକ୍ସଲ ହିଂସାର ୫୫ ଜଣ ପୀଡ଼ିତଙ୍କୁ ସମ୍ବୋଧିତ କରି ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇଛନ୍ତି ଯେ ଦେଶରୁ ନକ୍ସଲ ହିଂସା ଓ ବିଚାରଧାରାକୁ ନିଶ୍ଚିହ୍ନ କରାଯିବ। ମାର୍ଚ୍ଚ ୩୧, ୨୦୨୬କୁ ଏହି ଦେଶରେ ନକ୍ସଲବାଦର ଶେଷ ଦିନ ଭାବେ ସ୍ଥିର କରାଯାଇଛି ଏବଂ ମୁଁ ସୁନିଶ୍ଚିତ କରୁଛି ଯେ ଆମେ ଏହା ପୂର୍ବରୁ ନକ୍ସଲବାଦକୁ ଶେଷ କରିବୁ। ଶାହ ଆହୁରି କହିଛନ୍ତି ଯେ ମାଓବାଦୀଙ୍କ ବିରୋଧରେ ସେମାନଙ୍କ ଅଭିଯାନରେ ସୁରକ୍ଷା ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି କାରଣ ଏହି ସମସ୍ୟା ବର୍ତ୍ତମାନ ଛତିଶଗଡ଼ର ମାତ୍ର ୪ଟି ଜିଲ୍ଲାରେ ସୀମିତ ରହିଛି।

ମାଓବାଦୀମାନେ ଏକଦା ପଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ କରିଡର ସ୍ଥାପନ କରିବାକୁ ଯୋଜନା କରିଥିଲେ କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହାକୁ ନଷ୍ଟ କରିଦେଇଥିଲେ। ଛତିଶଗଡ଼ର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର କେତେକ ନୂଆ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ।  ଇତିମଧ୍ୟରେ ନକ୍ସଲଙ୍କ ମୂଳପୋଛ ପାଇଁ ସୁରକ୍ଷା ବାହିନୀ ନିଜର ଅଭିଯାନକୁ ଜୋରଦାର କରିଛି।  ୨୦୨୪ର ପ୍ରଥମାର୍ଦ୍ଧରେ କେବଳ ଛତିଶଗଡ଼ରେ ୧୪୨  ମାଓବାଦୀ ନିହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe