ବସ୍ତର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଡ୍ରୋନ୍‌ ଉଡ଼ାଇଲେ ନକ୍ସଲ୍‌ବାଦୀ; ଦେଖିବା ମାତ୍ରେ ଗୁଳି ମାରିବାକୁ ନିରାପତ୍ତା ବଳଙ୍କୁ ଆଦେଶ

ବସ୍ତର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଡ୍ରୋନ୍‌ ଉଡ଼ାଇଲେ ନକ୍ସଲ୍‌ବାଦୀ; ଦେଖିବା ମାତ୍ରେ ଗୁଳି ମାରିବାକୁ ନିରାପତ୍ତା ବଳଙ୍କୁ ଆଦେଶ

Image Source: Zee News

ନୂଆଦିଲ୍ଲୀ: ମାଓବାଦୀମାନେ ଡ୍ରୋନ୍‌ ଚଳାଉଥିବା କଥା ଜଣାପଡ଼ିବା ପରେ କୌଣସି ଅଜ୍ଞାତ ଜିନିଷ ଉପରେ ଉଡୁଥିବାର ଦେଖିବାକ୍ଷଣି ଗୁଳି ମାରିବାକୁ ନକ୍ସଲ ଅଧ୍ୟୁଷିତ ରାଜ୍ୟମାନଙ୍କରେ ମୁତୟନ ହୋଇଥିବା ନିରାପତ୍ତାବଳକୁ ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛି।

ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳର ନକ୍ସଲ ପ୍ରବଣ ସୁକମା ଜିଲ୍ଲାର ସିଆର୍‌ପିଏଫ୍‌ କ୍ୟମ୍ପ୍‌ ଉପରେ ନିରାପତ୍ତା କର୍ମଚାରୀମାନେ ଗୋଟାଏ ସନ୍ଦିଗ୍ଧ ଜିନିଷ ଦେଖିବା ପରେ ନିରାପତ୍ତା ଏବଂ ଗୁଇନ୍ଦା ଏଜେନ୍‌ସିଙ୍କୁ କେନ୍ଦ୍ର ସରକାର ଏ ଭଳି ନିର୍ଦେଶ ଦେଇଛନ୍ତି।

publive-image

ବସ୍ତର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ ସୁନ୍ଦେରାଜ ପି କହିଛନ୍ତି ଯେ ସେମାନେ ଏ ସଂକ୍ରାନ୍ତରେ ସମସ୍ତ ନିରାପତ୍ତା କ୍ୟାମ୍ପ୍‌କୁ ସୂଚନା ଦେଇଛନ୍ତି। ଏଭିଳି କିଛି ଜିନିଷର ସନ୍ଧାନ ନେବା ଲାଗି ନିକଟବର୍ତ୍ତୀ ଅଞ୍ଚଳ ଓ ସନ୍ଦିଗ୍ଧ ଆଡ୍ଡାଗୁଡ଼ିକରେ ତଲାସ ଅଭିଯାନ ଚାଲିଛି।

ଛତିଶଗଡ଼ ପୁଲିସ କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଥିଲେ ଯେ ଲାଲ୍‌ ଏବଂ ଧଳା ଆଲୁଅ ବିଚ୍ଛୁରିତ କରୁଥିବା ଗୋଟାଏ ଛୋଟ ଜିନିଷ ବାସଗୃହ, ସର୍କେଗୃହ ଏବଂ ଗୋଲାପଲ୍ଲୀସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ନିକଟରେ ଦେଖାଯାଇଛି। ଛୋଟ ଜିନିଷଟିରୁ କ୍ଷୀଣ ଶବ୍ଦରେ ବାହାରୁ ଥିବା ଶବ୍ଦ କ୍ୟାମ୍ପ୍‌ ଗାର୍ଡମାନଙ୍କର ଧ୍ୟାନ ଆକର୍ଷଣ କରିଥିଲା। ଏ ସଂକ୍ରାନ୍ତରେ ସିଆର୍‌ପିଏଫ୍‌ କେନ୍ଦ୍ର ଗୃହମନ୍ତ୍ରାଳୟକୁ ରିପୋର୍ଟ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe