ମୁହାଁମୁହିଁ ନୁହେଁ; ଛଳ ଓ କୌଶଳରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି ନକ୍ସଲ: ଗୁଇନ୍ଦା ରିପୋର୍ଟ

Advertisment
ମୁହାଁମୁହିଁ ନୁହେଁ; ଛଳ ଓ କୌଶଳରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି ନକ୍ସଲ: ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁର ଆକ୍ରମଣ ସହ ନକ୍ସଲ ଗୋଷ୍ଠୀ ସୁରକ୍ଷା ବାହିନୀ ବିରୋଧରେ ଆରମ୍ଭ କରିଥିବା ରକ୍ତାକ୍ତ ସଂଘର୍ଷକୁ ଆଗାମୀ ଦିନରେ ଆହୁରି ତୀବ୍ର ଓ ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଗୁଇନ୍ଦା ବିଭାଗର ରିପୋର୍ଟରୁ ଜାଣିବା ପାଇଁ ମିଳିଛି। ଓଡ଼ିଶା- ଛତିଶଗଡ଼ ସୀମାନ୍ତବର୍ତ୍ତୀ ବିଜାପୁରରେ ଶନିବାର ସୁରକ୍ଷା ବାହିନୀ ସହ ରକ୍ତାକ୍ତ ସଂଘର୍ଷ କରି ନକ୍ସଲମାନେ ୨୩ ଜଣ ଯବାନଙ୍କର ପ୍ରାଣହାନି ଘଟାଇବା ନକ୍ସଲଗୋଷ୍ଠୀଙ୍କ ଏହି ପ୍ରସ୍ତାବିତ ଯୋଜନା ମଧ୍ୟରୁ ଗୋଟିଏ ଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

ଛତିଶଗଡ଼ ବିଜାପୁର ଆକ୍ରମଣରେ ୨୩ ଜଣ ଯବାନଙ୍କ ମୃତ୍ୟୁ ଘଟିବାର ଦୁଇଦିନ ପରେ ଗୁଇନ୍ଦା ବିଭାଗ କହିଛି ଯେ ପିପୁଲ୍‌ସ ଲିବରେସନ୍‌ ଗରିଲା ଆର୍ମି (ପିଏଲଜିଏ) ସୁରକ୍ଷା ବିରୋଧରେ ସବୁ ଆକ୍ରମଣକୁ ରକ୍ତାକ୍ତ ସଂଘର୍ଷରେ ପରିଣତ ନକରି ଭିନ୍ନ ଭିନ୍ନ କୌଶଳ ଜରିଆରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରି ସୁରକ୍ଷା ବାହିନୀକୁ କ୍ଷତି ପହଞ୍ଚାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି କ୍ରମରେ ସୁରକ୍ଷା ବାହିନୀ ଉପରେ ଉଚ୍ଚ ଭୋଲଟେଜ୍‌ର ଅଦୃଶ୍ୟ ବିଦ୍ୟୁତ୍‌ ତାର ଲଗାଇବା ଭଳି ଅଣ-ପାରମ୍ପାରିକ କୌଶଳ ମାଧ୍ୟମରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ନକ୍ସଲ ଗୋଷ୍ଠୀ। ବୁବି ଜାଲ, ଇମ୍ପ୍ରୋଭାଇଜଡ୍‌ ରକେଟ୍‌ ଲଞ୍ଚର୍‌ ମଧ୍ୟ ସୁରକ୍ଷା ବାହିନୀ ବିରୋଧରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରି ରଖିଥିବା ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି।

publive-image

ସୁରକ୍ଷା ବାହିନୀ ବିରୋଧରେ ମୁହାଁମୁହିଁ ସଂଘର୍ଷ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାର ଛଳ ଓ କୌଶଳ ଆପଣେଇ ପ୍ରଥମେ ସୁରକ୍ଷା ବାହିନୀକୁ ନିଜ ଜାଲରେ ଫସାଇ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ ଅଣପାରମ୍ପରିକ ଉପାୟରେ ଆକ୍ରମଣ କରିବାକୁ ଯୋଜନା ରଖିଛନ୍ତି ନକ୍ସଲ ଗୋଷ୍ଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe