ଦାନ୍ତେଓ୍ଵାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; ୩ ସାଧାରଣ ନାଗରିକ ଓ ୧ ସିଆଇଏସ୍‌ଏଫ୍‌ ଯବାନ ମୃତ

Advertisment
ଦାନ୍ତେଓ୍ଵାଡ଼ାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ; ୩ ସାଧାରଣ ନାଗରିକ ଓ ୧ ସିଆଇଏସ୍‌ଏଫ୍‌ ଯବାନ ମୃତ

ରାୟପୁର (ଛତିଶଗଡ଼): ଛତିଶଗଡ଼ରେ ଆଜି ପୁଣି ଥରେ ରକ୍ତମୁଖା ହୋଇ ଉଠିଛନ୍ତି ନକ୍ସଲ। ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ଆଜି (ଗୁରୁବାର) ମଧ୍ୟାହ୍ନରେ ନକ୍ସଲମାନେ ଏକ ବଡ଼ ଧରଣର ଆଇଇଡି ବିସ୍ଫୋରଣ ଘଟାଇ ଏକ ବସ୍‌କୁ ଉଡ଼ାଇ ଦେଇଛନ୍ତି। ନକ୍ସଲଙ୍କର ଏହି ହାମ୍‌ଲାରେ ୩ ଜଣ ସାଧାରଣ ନାଗରିକଙ୍କ ସମେତ ଜଣେ ସିଆଇଏସଏଫ୍‌ ଯବାନଙ୍କର ମୁତ୍ୟୁ ଘଟିଛି। ଅନ୍ୟପକ୍ଷରେ ନକ୍ସଲଙ୍କର ଏହି ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି ବୋଲି ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସୂତ୍ରରୁ ପ୍ରକାଶ। ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ବିରୋଧକରି ନକ୍ସଲମାନେ ଏପରି ହିଂସାକାଣ୍ଡ ଘଟାଉଥିବା କୁହାଯାଉଛି।

publive-image

ଉଲ୍ଲେଖଯୋଗ୍ୟ ଏହ ଘଟଣାର ୮ ଦିନ ପୂର୍ବରୁ ଦାନ୍ତେଓ୍ଵାଡ଼ାକୁ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିବା ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍‌ଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଥିଲେ।


ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe