ରାୟପୁର (ଛତିଶଗଡ଼): ଛତିଶଗଡ଼ ଦାନ୍ତେଓ୍ଵାଡ଼ା ଜିଲ୍ଲା ଅର୍ନ୍ତଗତ ବାଚିଲିରେ ଆଜି (ଗୁରୁବାର) ମଧ୍ୟାହ୍ନରେ ନକ୍ସଲମାନେ ଏକ ବଡ଼ ଧରଣର ହାମ୍ଲା ଘଟାଇଛନ୍ତି। ନକ୍ସଲମାନେ ଦାନ୍ତେଓ୍ଵାଡ଼ାର ବାଚିଲି ଠାରେ ଏକ ବସ୍ ଉପରେ ଆଇଇଡି ବିସ୍ଫୋରଣ ଘଟାଇଥିବା ଜାଣିବାକୁ ମିଳିଛି। ତେବେ, ବସ୍ଟି ଯାତ୍ରୀ ବାହୀ ବସ୍ ନା ସିଆଇଏସ୍ଏଫ୍ ଯବାନମାନଙ୍କର ବସ୍ ଏଯାବତ୍ ଜଣା ପଡ଼ିନାହିଁ। ତେବେ, ନକ୍ସଲମାନଙ୍କର ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ୨ ଜଣ ସିଆଇଏସ୍ଏଫ୍ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ, ଏହି ବିସ୍ଫୋରଣରେ ଆହୁରି ବହୁ ମୃତାହତ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇ ସୂତ୍ରରୁ ପ୍ରକାଶ। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସଂପର୍କରେ ସବିଶେଷ ବିବରଣୀ ହସ୍ତଗତ ହୋଇପାରି ନାହିଁ।
ଦାନ୍ତେଓ୍ଵାଡ଼ାରେ ବିସ୍ଫୋରଣ କରି ବସ୍ ଉଡ଼ାଇଲେ ନକ୍ସଲ; ୨ ସିଆଇଏସ୍ଏଫ୍ ଯବାନ ଗରୁତର
Advertisment
Follow Us