କ୍ରୁଜରେ ଏନସିବି କରିଥିବା ଚଢ଼ାଉ ନକଲି ଥିଲା, ଆରୟନଙ୍କୁ ଫସାଇ ଦିଆଯାଇଛି: ଏନସିପି ନେତା ନବାବ ମଲିକ

Advertisment
କ୍ରୁଜରେ ଏନସିବି କରିଥିବା ଚଢ଼ାଉ ନକଲି ଥିଲା, ଆରୟନଙ୍କୁ ଫସାଇ ଦିଆଯାଇଛି: ଏନସିପି ନେତା ନବାବ ମଲିକ

www.indiatoday.in

ମୁମ୍ବାଇ: ନିକଟରେ ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏନସିବି ଗିରଫ କରିଥିଲା। ଏବେ ଏହି ଚଢ଼ାଉ ଚର୍ଚ୍ଚାରେ ରହିଥିବା ବେଳେ ଏହାକୁ ନକଲି ବୋଲି କହିଛନ୍ତି ଏନସିପି ନେତା ନବାବ ମଲିକ।

ନବାବ ମଲିକ କହିଛନ୍ତି ଯେ, କ୍ରୁଜରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ। ଏହି ମାମଲାରେ ଗିରଫ ହୋଇଥିବା ଲୋକଙ୍କୁ କେବଳ ଫସାଇବା ହିଁ ଏନସିବିର ଉଦ୍ଦେଶ୍ୟ ଥିଲା। କ୍ରୁଜରେ ହୋଇଥିବା ଚଢ଼ାଉରେ ବିଜେପିର ସମ୍ପୃକ୍ତି ଥିବା ନବାବ ମଲିକ୍ ଦାବି କରିଛନ୍ତି। ଏହା ସହ ‌ସେ ଦାବି କରିଛନ୍ତି ଯେ, ଚଢ଼ାଉ ପାଇଁ ବିଜେପି ନେତାମାନେ ଏନସିବି ସହ ସାମିଲ ହୋଇଥିଲେ। ଏସବୁ କେବଳ ଶାହାରୁଖ ଓ ତାଙ୍କ ପୁଅଙ୍କୁ ଫସାଇବା ପାଇଁ କରାଯାଇଥିବା ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେ.ପି.ଗୋସାବି ନାମକ ଜଣେ ବ୍ୟକ୍ତି ଆରୟନ ଖାନଙ୍କୁ ଏନସିବି ଅଫିସକୁ ଆଣିଥିବାର ଦେଖାଯାଇଥିଲା। ସେ ଆରୟନଙ୍କ ସହ ଏକ ସେଲଫି କ୍ଲିକ୍ ମଧ୍ୟ କରିଥିଲେ। ହେଲେ ପରେ ଏନସିବି ସ୍ପଷ୍ଟ କରିଥିଲା ଯେ ବ୍ୟକ୍ତି ଜଣକ ଏନସିବିର କର୍ମଚାରୀ ନୁହଁନ୍ତି। ତେବେ ଏନସିବି ମଧ୍ୟ ଉତ୍ତର ଦେବା ଉଚିତ ଯେ, ଯଦି ସେ କର୍ମଚାରୀ ନୁହନ୍ତି ତେବେ ସେହି ବ୍ୟକ୍ତି ସେଠାରେ କଣ କରୁଥିଲେ ଏବଂ ସେ କାହିଁକି ଆରୟନ ଖାନଙ୍କୁ ଏନସିବି କାର୍ଯ୍ୟାଳୟକୁ ଆଣିଥିଲେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe