ଟ୍ରେନ୍‌ ଭିତରେ ମହିଳା ସହଯାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ଏନ୍‌ସିବି ଏସ୍‌ପି

Advertisment
୧୯ ଦିନ ହେଲା ଟ୍ରଲିଚାଳକଙ୍କ ପତ୍ତା ମିଳୁନି! ଘରୁ ଘୋଷାଡ଼ି ନେଇଥିଲା ବିଡ଼ାନାସୀ ପୁଲିସ

DNAIndia

ମୁମ୍ବାଇ: ମୁମ୍ବାଇ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ରେ ଏସ୍‌ପି ପାହ୍ୟାରେ କାର୍ଯ୍ୟରତ ଜନୈକ ବରିଷ୍ଠ ଅଧିକାରୀ ଚଳନ୍ତା ଟ୍ରେନ୍‌ ଭିତରେ ଜଣେ ମହିଳା ସହଯାତ୍ରୀଙ୍କୁ ଅସଦାଚରଣ ସହ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ, ଏନସିବି ଏସପିଙ୍କ ନାମ ଦୀନେଶ ଚାଭାନ ଏବଂ ସେ ନାଭି ମୁମ୍ବାଇର ବାସିନ୍ଦା ବୋଲି ଜଣାପଡ଼ିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଏକ ମାମଲାରେ ସାକ୍ଷ୍ୟ ପ୍ରଦାନ କରିବା ପାଇଁ ହାଇଦ୍ରାବାଦ କୋର୍ଟକୁ ଯାଇଥିବା ୩୫ ବର୍ଷ ବୟସ୍କ ଦୀନେଶ ଚାଭାନ ହାଇଦ୍ରାବାଦରୁ ଟ୍ରେନ୍‌ ଯୋଗେ ପୁଣେକୁ ଫେରୁଥିଲେ। ଗୁରୁବାର ଦିନ ହାଇଦ୍ରାବାଦ ଏବଂ ପୁଣେ ମଧ୍ୟରେ ଟ୍ରେନ ଯାତ୍ରା ସମୟରେ ସେ ତାଙ୍କ କମ୍ପାଟମେଣ୍ଟରେ ଯାତ୍ରା କରୁଥିବା ୨୫ ବର୍ଷ ବୟସ୍କା ଜଣେ ମହିଳା ସହଯାତ୍ରୀଙ୍କୁ ଅସଦାଚରଣ କରିଥିଲେ। ପୀଡ଼ିତା ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ତାଙ୍କ ଶରୀରକୁ ଅନୁପଯୁକ୍ତ ଭବେ ସ୍ପର୍ଶ କରିଥିଲେ।

publive-image patrika

ଏପରିକି ସେ ପରିଧାନ କରିଥିବା ତାଙ୍କ ଅନ୍ତର୍ବସ୍ତ୍ରକୁ ବଳପୂର୍ବକ ଖୋଲିବା ପାଇଁ ସୁଦ୍ଧା ଚେଷ୍ଟା କରିଥିଲେ। ଏଥିରେ ଭୟଭୀତ ହୋଇ ମହିଳା ଜଣକ ଚିତ୍କାର କରିବାରୁ ଅନ୍ୟ ଯାତ୍ରୀମାନେ ଆସି ଅଭିଯୁକ୍ତଙ୍କୁ କାବୁ କରି ନେଇଥିଲେ ଏବଂ ଟିକେଟ୍‌ କଲେକ୍ଟର ସେହି ମହିଳାଙ୍କ ବିବୃତ୍ତି ରେକର୍ଡ କରିଥିଲେ। ପରେ ଟ୍ରେନ୍‌ଟି ରଙ୍ଗାବାଦ ଷ୍ଟେସନରେ ପହଞ୍ଚିବା ପରେ ଅଭିଯୁକ୍ତ, ଏନସିବି ଏସପି ଦୀନେଶ ଚାଭାନଙ୍କୁ  ରେଲେଓ୍ଵ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ରେଲେଓ୍ଵ ପୁଲିସ ଅଭିଯୁକ୍ତ, ଏନସିବି ଏସପି ଦୀନେଶ ଚାଭାନଙ୍କ ବିରୋଧରେ ଆଇପିସିର ଧାରା ୩୫୪ (କ) ଅନୁଯାୟୀ ଚାର୍ଜସିଟ୍‌ ପ୍ରସ୍ତୁତ କରି  କୋଟ ଚାଲାଣ କରିଥବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe