ଆଜି ପାଇଁ ଦୀପିକା ପାଦୁକୋନଙ୍କୁ ଏନସିବିର ପଚରାଉଚରା ‌ଶେଷ; ଡ୍ରଗ୍ସ ନେଇ ଚାଟ କରିଥିବା ସ୍ବୀକାର କଲେ

Advertisment
ଆଜି ପାଇଁ ଦୀପିକା ପାଦୁକୋନଙ୍କୁ ଏନସିବିର ପଚରାଉଚରା ‌ଶେଷ; ଡ୍ରଗ୍ସ ନେଇ ଚାଟ କରିଥିବା ସ୍ବୀକାର କଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତଦନ୍ତରୁ ବଲିଉଡରେ ଡ୍ରଗ୍ସ କାରବାର ଚାଲିଥିବା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଛି  ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେ (ଏନସିବି)। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଜେରା କରିଥିବା ସମୟରେ ସେ ଡ୍ରଗ୍ସ କାରବାରରେ ନିଜ ସଂପୃକ୍ତି ସହ ବହୁ ନାୟକନାୟିକାଙ୍କ ସଂପୃକ୍ତିକୁ ପର୍ଦ୍ଦାଫାସ କରିଥିଲେ। ସେହି କ୍ରମରେ ଆଜି ଏନସିବି ପାଖରେ ହାଜର ହୋଇଛନ୍ତି  ଦୀପିକା ପାଦୁକୋନ। ମୁମ୍ବାଇସ୍ଥିତ ଏନସିବିର ଗେଷ୍ଟ ହାଉସରେ ଆଜି ସକାଳେ ଦୀପିକା ପହଞ୍ଚିବା ପରେ ତାଙ୍କୁ ଏନସିବିର ସ୍ବତନ୍ତ୍ର ଟିମ୍ ଡ୍ରଗ୍ସ ଲିଙ୍କ ନେଇ ପଚରାଉଚରା ଆରମ୍ଭ କରିଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଡ୍ରଗ୍ସ କାରବାର ନେଇ ଗଢ଼ା ହୋଇଥିବା ହ୍ବାଟସଆପ୍ ଗ୍ରୁପର ଆଡମିନ ଥିଲେ ସ୍ବୟଂ ଦୀପିକା। ଆଜି ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ଦୀପିକାଙ୍କୁ ମାରାଥନ ଜେରା କରିବା ପରେ ଛାଡ଼ିଛି ଏନସିବି।

publive-image

ମିଳିଥିବା ସୂଚନା ଅନୁସାରେ ଦୀପିକାଙ୍କର ଏକ ବଡ ସ୍ୱୀକାରୋକ୍ତି ସାମ୍ନାକୁ ଆସିଛି। ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ନେଇ ଚାଟ କରିଥିବା କଥା ମାନିଛନ୍ତି ଦୀପିକା ।୨୦୧୭ରେ ‘ହେସ୍’ ଯୋଗାଇ ଦେବାକୁ ସେ କରିସ୍ମାଙ୍କୁ କହିଥିଲେ ବୋଲି ସ୍ବୀକାର କରିଛନ୍ତି । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବାକୁ କହିଥିଲେ କରିସ୍ମା । ‘ପଦ୍ମାବତ’ ଫିଲ୍ମର ସୁଟିଂ ପରେ କୋକୋ ରେଷ୍ଟୁରାଣ୍ଟରେ ହୋଇଥିଲା ଏହି ଡ୍ରଗ୍ସ ପାର୍ଟି । କରିସ୍ମା ଓ ଦୀପିକାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯାଇଥିବା ସୂଚନା ରହିଛି।

publive-image

ଏହାସହ ଆଜି ଶ୍ରଦ୍ଧା କପୁର ମଧ୍ୟ ଏନସିବିରେ ହାଜର ହୋଇଛନ୍ତି । ତାଙ୍କ ସହ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଧ୍ୟ ହାଜର ହୋଇଥିବା ଜଣାପଡିଛି । ଶ୍ରଦ୍ଧାଙ୍କୁ ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଜେରା କରୁଛି ଏନସିବି ।

ବଲିଉଡ ସହ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର ଓ ରାକୁଲପ୍ରୀତ ସିଂଙ୍କୁ ସମନ କରିଥିଲା ଏନସିବି । ତେବେ ଏହି ଘଟଣାରେ ସମସ୍ତ ଅଭିନେତ୍ରୀ ଆଜି ଏନସିବିରେ ହାଜର ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe