ଚଢ଼ଉ ପରେ ଭାରତୀଙ୍କ ଘରୁ ମିଳିଲା ଗଞ୍ଜେଇ, ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ହର୍ଷ-ଭାରତୀ

Advertisment
ଚଢ଼ଉ ପରେ ଭାରତୀଙ୍କ ଘରୁ ମିଳିଲା ଗଞ୍ଜେଇ, ପଚରାଉଚରା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ହର୍ଷ-ଭାରତୀ

ମୁମ୍ବାଇ: ଅନେକ ବଡ଼ ବଡ଼ କଳାକାରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରି ସାରିଥିବା ବେଳେ ଆଜି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିବା ପରେ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି। ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହେବା ପରେ ଏନସିବି ତାଙ୍କ ଘରେ ଚଢ଼ଉ କରିଥିଲା। ଏବେ ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ଦୁହେଁ ଏନସିବି ଅଫିସରେ ପହଞ୍ଚିଛନ୍ତି।

publive-image twitter

ଭାରତୀଙ୍କ ପୂର୍ବରୁ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ତାଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ସମନ ପଠାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe