ଡ୍ରଗ୍ସ ଲିଙ୍କ: ‌ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଏନସିବିର ଚଢ଼ଉ

Advertisment
ଡ୍ରଗ୍ସ ଲିଙ୍କ: ‌ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଏନସିବିର ଚଢ଼ଉ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ କରୁ କରୁ କଳାକାରଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଥିଲା। ଅନେକ ବଡ଼ ବଡ଼ କଳାକାରଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରି ସାରିଥିବା ବେଳେ ଏବେ ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ଘରେ ଚଢ଼ଉ କରିଛି ଏନସିବି। ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ରହୁଥିବା ମୁମ୍ବାଇ ସ୍ଥିତ ବାସଭବନରେ ଆଜି ସକାଳେ ଏନସିବି ଚଢଉ କରିଛି।

publive-image indiatoday

ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କ ବାସଭବନରେ ଏନସିବି ଚଢଉ କରିଛି । ଏହା ସହ ପଚରାଉଚରା ପାଇଁ ଦୁହିଁଙ୍କୁ ଏନସିବି ସମନ ପଠାଇଥିବା ଜଣା ପଡ଼ିଛି। ଭାରତୀଙ୍କ ପୂର୍ବରୁ ଅଭିନେତା ଅଜୁର୍ନ ରାମପାଲଙ୍କ ଘରେ ଚଢ଼ଉ କରିଥିଲା ଏନସିବି। ତାଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସଙ୍କୁ ମଧ୍ୟ ପଚରାଉଚରା ପାଇଁ ଏନସିବି ସମନ ପଠାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏନସିବି ବଲିଉଡର ବହୁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ଉ କରିସାରିଛି। ତେବେ ଭାରତୀଙ୍କ ଘରେ ଚଢ଼ଉ ପରେ ଏନସିବିକୁ ନିଷିଦ୍ଧ ଡ୍ରଗ୍ସ ମିଳିଛି କି ନାହିଁ, ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe