ଆରୟନ ଖାଁ ମାମଲାରୁ ସମୀର ଓ୍ବାଙ୍ଖଡେଙ୍କୁ ହଟାଇଲା ଏନସିବି, କେନ୍ଦ୍ରୀୟ ଟିମ ହାତକୁ ଗଲା ତଦନ୍ତ ଭାର

Advertisment
ଆରୟନ ଖାଁ ମାମଲାରୁ ସମୀର ଓ୍ବାଙ୍ଖଡେଙ୍କୁ ହଟାଇଲା ଏନସିବି, କେନ୍ଦ୍ରୀୟ ଟିମ ହାତକୁ ଗଲା ତଦନ୍ତ ଭାର

ନୂଆଦିଲ୍ଲୀ :  ବହୁଚର୍ଚ୍ଚିତ ଆରୟନ ଖାଁ ଡ୍ରଗ୍ସ ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି ତଦନ୍ତକାରୀ ଅଧିକାରୀ ତଥା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଜେନର ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େଙ୍କୁ ଏହି ମାମଲାରୁ ହଟାଯାଇଛି ଏହା ସହିତ ମାମଲାର ତଦନ୍ତ ଟିମରେ ଥିବା ମୁମ୍ବାଇ ଅଫିସର ଆଉ ଚାରିଜଣଙ୍କୁ ବଦଳି କରାଯ଼ାଇଛି ଏନସିବି ମହାନିର୍ଦ୍ଦେଶକ ଏସଏନ ପ୍ରଧାନ ଏହି ନିର୍ଦ୍ଦେଶ ଜାରି କରିଥିବା ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଏବେ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କରିବ ଏନସିବିର ଏକ କେନ୍ଦ୍ରୀୟ ଟିମ

ସମୀରଙ୍କ ବିରୋଧରେ କ୍ଷମତାର ଦୁରୁପୋଯ଼ୋଗ କରି ଅର୍ଥ ଆଦାୟ, ଦୁର୍ନୀତି ଆଦି ଅଭିଯ଼ୋଗ ଆଣିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ନବାବ ମଲ୍ଲିକ ଏହା ସହିତ ନିଜର ଭୁଲ ଜାତି ପ୍ରମାଣପତ୍ର ଦେଇ ସେ ଚାକିରି କରିଥିବା ମଲ୍ଲିକ ଅଭିଯୋଗ କରିଥିଲେ

ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସମୀର କହିଛନ୍ତି ଯ଼େ ତାଙ୍କୁ ଏହି ମାମଲାରୁ ହଟାଇ ଦିଲ୍ଲୀ ଜୋନର ଏକ ଟିମ କିମ୍ବା ଏକ କେନ୍ଦ୍ରୀୟ ଟିମକୁ ଏହି ମାମଲା ଓ ନବାବ ମଲ୍ଲିକ ମାମଲାର ତଦନ୍ତ ଭାର ଦେବାକୁ ସେ ନିଜେ ଅନୁରୋଧ କରିଥିଲେ ତାଙ୍କ ଅନୁରୋଧକୁ ରକ୍ଷା କରି ଏନସିବି ପକ୍ଷରୁ ଏହି ନିଷ୍ପତ୍ତି ନିଆଯ଼ାଇଛି

ଗତ ସୋମବାରଦିନ ସମୀର ଏନସିବି ଦିଲ୍ଲୀ ମୁଖ୍ୟାଳୟ ଯ଼ାଇ ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe