ଡ୍ରଗ୍ସ ନେଉଛନ୍ତି ସାରା ଓ ରାକୁଲ ! ଯାଞ୍ଚ ପାଇଁ ସମନ ପଠାଇପାରେ ଏନସିବି

Advertisment
ଡ୍ରଗ୍ସ ନେଉଛନ୍ତି ସାରା ଓ ରାକୁଲ ! ଯାଞ୍ଚ ପାଇଁ ସମନ ପଠାଇପାରେ ଏନସିବି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି। ତଦନ୍ତରେ ସୁଶାନ୍ତ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିବା ପରେ ତାଙ୍କୁ ଡ୍ରଗ୍ସ ଦେଉଥିବା ଏବଂ ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ଅଭିନେତ୍ରୀ ରିୟା ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରି ସାରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେବା ମାମଲାରେ ଅଭିନେତ୍ରୀ ସାରା ଓ ରାକୁଲଙ୍କୁ ମଧ୍ୟ ଏନସିବି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିପାରେ ବୋଲି ଜଣା ପଡ଼ିଛି। ରିୟାଙ୍କୁ ପଚରାଉଚର‌ା କରାଯାଉଥିବା ବେଳେ ସେ ଏନସିବିକୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତ ସିଂହ, ଡିଜାଇନର୍ ସିମୋନ୍ ଖମ୍ବଟ୍ଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଅୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ମଧ୍ୟ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର କରିଥିଲେ |

Rhea Chakraborty names Rakul Preet Singh, Sara Ali Khan during NCB probe in drug case DNA India

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ, ବଲିଉଡ ପାର୍ଟିରେ ଏହି ୫ଜଣ ସେଲିବ୍ରିଟି ଡ୍ରଗ୍ସ ନିଅନ୍ତି ବୋଲି ରିୟା ସ୍ବୀକାର କରିଛନ୍ତି। ରିୟାଙ୍କ ଏଭଳି ସୂଚନା ପରେ ଏନସିବି ଯାଞ୍ଚ ପାଇଁ ଏମାନଙ୍କୁ ସମନ ପଠାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ବଲିଉଡ୍‌ର ଅନ୍ୟ କେଉଁ ସେଲିବ୍ରିଟିମାନଙ୍କର ଡ୍ରଗ୍‌ସ ଲିଙ୍କ୍‌ ରହିଛି ଏନ୍‌ସିବି ତାହାର ଖୋଳତାଡ଼ ଆରମ୍ଭ କରିଥିବା ଖବର ସାମ୍ନାକୁ ଆସିଥିଲା। ଏନ୍‌ସିବିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୨୫ ବଲିଉଡ୍‌ ସେଲିବ୍ରିଟିଙ୍କୁ ସମନ ଜାରି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe