Times of India
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଗତକାଲି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ବେଆଇନ ଡ୍ରଗ୍ସ କାରବାର ସମ୍ପୃକ୍ତି ନେଇ ଗିରଫ କରାଯାଇଥିଲା। ଗତକାଲି ସକାଳୁ ଏ ଦୁଇ ଜଣଙ୍କୁ ସେମାନଙ୍କ ଘରୁ ଏନସିବି ଉଠାଇ ଆଣିବା ପରେ ଦିନ ସାରା ପଚରାଉଚରା କରିଥିଲା। ଶେଷରେ ରାତି ପ୍ରାୟ ୧୦ଟା ବେଳେ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା। ଆଜି ଦୁହିଁଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ଦୁହିଁଙ୍କୁ ୭ଦିନ ରିମାଣ୍ଡରେ ନେବା ପାଇଁ ଅଦାଲତକୁ ଆବେଦନ କରିଥିଲା ଏନସିବି। ଏହାର ଶୁଣାଣି କରି ଅଦାଲତ ଏବେ ସୌଭିକ ଓ ମିରାଣ୍ଡାଙ୍କୁ ୫ଦିନିଆ ରିମାଣ୍ଡରେ ପଠାଇଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ୍ ମିରାଣ୍ଡାଙ୍କୁ ସେପ୍ଟେମ୍ବର ୯ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁଇଜଣ ଏନସିବିଙ୍କ ଅଧୀନରେ ରହିବେ ବୋଲି କୋର୍ଟ କହିଛନ୍ତି। ମାଜିଷ୍ଟ୍ରେଟ ନରେନ୍ଦ୍ର ଯୋଶୀ ଏହି ରାୟ ଶୁଣାଇଛନ୍ତି। ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ, ସୌଭିକ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଥିଲା ।
India.comଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଥିଲେ ଯେ ଏନଡିପିଏସ୍ ଆଇନ ଅନୁସାରେ ଏହି ଚଢଉ କରାଯାଇଥିଲା । ଏହା କେବଳ ମାତ୍ର ଏକ ପ୍ରକ୍ରିୟାକୁ ପାଳନ କରାଯାଉଛି । କିନ୍ତୁ ସେ ଏହି ଚଢଉ ସଂପର୍କରେ ଅଧିକ କିଛି କହିବାକୁ ମନା କରିଦେଇଥିଲେ । ତେବେ ଏହି ଚଢଉ ବେଳେ କେତେକ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ହେତୁ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଏବଂ ମିରିଣ୍ଡାଙ୍କୁ ଘରୁ ଉଠାଇ ନେଇଥିଲା।
Follow Us