ଲଗାଯାଇଥିବା ମିଥ୍ୟା ଆରୋପକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମୁମ୍ବାଇ ପୁଲିସ କମିସନରଙ୍କୁ ୱାଙ୍ଖେଡେଙ୍କ ଚିଠି

Advertisment
ଲଗାଯାଇଥିବା ମିଥ୍ୟା ଆରୋପକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମୁମ୍ବାଇ ପୁଲିସ କମିସନରଙ୍କୁ ୱାଙ୍ଖେଡେଙ୍କ ଚିଠି

www.indiatoday.in

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଦାବି କରିଥିବା ନେଇ ଆରୋପ ଲାଗିବା ପରେ ଏବେ ଅଡ଼ୁଆରେ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ। କେପି ଗୋସାବୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ବୋଲି ଦାବି କରୁଥିବା ପ୍ରଭାକର ସେଲ୍‌ ଏକ ସତ୍ୟପାଠରେ ଅଭିଯୋଗ କରିଛନ୍ତି ଯେ, ଆରୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫କୋଟି ଟଙ୍କା ଲାଞ୍ଚ ମଗାଯାଇଥିଲା। ତଦନ୍ତକାରୀ ଏଜେନ୍‌ସି ଏନ୍‌ସିବି ମୁଖ୍ୟ ସମୀର ୱାନଖେଡେ ଏବଂ କେପି ଗୋସାବୀଙ୍କ ନାଁ ନେଇ ଦୁହେଁ ଟଙ୍କା ମାଗିଥିବା କଥା କହିଛନ୍ତି ପ୍ରଭାକର।

ତେବେ ପ୍ରଭାକରଙ୍କ ଦାବିକୁ ଭିତ୍ତିହୀନ ବୋଲ କହି ଏଭଳି ମିଥ୍ୟା ଆରୋପକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମୁମ୍ବାଇ ପୁଲିସ କମିସନରଙ୍କୁ ୱାଙ୍ଖେଡେ ଚିଠି ଲେଖିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ ଚାଲୁଥିବା ନେଇ ଶୁଣିବା ପରେ ସେ ଏଭଳି ଚିଠି ଲେଖିଥିବା କହିଛନ୍ତି।

publive-image Image Courtesy of India Today

ଏହାପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ କହିଥିଲେ ଯେ ସମୀର ୱାଙ୍ଖେଡେଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହମନ୍ତ୍ରୀଙ୍କୁ ଭେଟିବେ। ସମୀର ୱାଙ୍ଖେଡେଙ୍କ ବିରୋଧରେ ବଟି ଆଦାୟ କରୁଥିବାର ଅଭିଯୋଗ କରିବା ସହ ନବାବ ମଲିକ ଅନେକ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe