ନୂଆଦିଲ୍ଲୀ: ୮ମ ଶ୍ରେଣୀ ପାଠ୍ୟପୁସ୍ତକ ଡିସ୍କଭରିଂ ସୋସାଇଟିରେ ଥିବା ବିବାଦୀୟ ଅଧ୍ୟାୟ ନ୍ୟାୟପାଳିକାରେ ଦୁର୍ନୀତି ପାଇଁ ଏନ୍‌ସିଇଆର୍‌ଟି କ୍ଷମା ପ୍ରାର୍ଥନା କରିଛି। ପୁସ୍ତକଟି ବର୍ତ୍ତମାନ ବଜାରରୁ ହଟାଇ ଦିଆଯାଇଛି। ଏନ୍‌ସିଇଆର୍‌ଟି ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛି ନ୍ୟାସନାଲ କାଉନସିଲ ଅଫ୍ ଏଡୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନି (ଏନ୍‌ସିଇଆର୍‌ଟି) ସମ୍ପ୍ରତି ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ଏକ୍ସପ୍ଲୋରି ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ୍, ୮ମ ଶ୍ରେଣୀ (ଭାଗ ୨) ପ୍ରକାଶ କରିଥିଲା। ଯେଉଁଥିରେ ଚତୁର୍ଥ ଅଧ୍ୟାୟ ଆମ ସମାଜରେ ନ୍ୟାୟପାଳିକାର ଭୂମିକା ଅନ୍ତର୍ଭୁକ୍ତ ଥିଲା। ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଏହି ଅଧ୍ୟାୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି। ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହାର କରାଯାଇଛି ଏବଂ ବଜାରରେ ଆଉ ଉପଲବ୍ଧ ନାହିଁ।

Advertisment

ଆହୁରି ପଢ଼ନ୍ତୁ: ଏଲ୍‌ପିଜି ସଙ୍କଟ: ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଆଶଙ୍କା, ପରିସ୍ଥିତି ସମୀକ୍ଷା ପାଇଁ ଟାସ୍କଫୋର୍ସ ଗଠନ କଲେ ସରକାର, ଲାଗୁ ହେଲା ଏସମା

ଏନ୍‌ସିଇଆର୍‌ଟି ପରାମର୍ଶଦାତା ସ୍ପଷ୍ଟ କରିଛନ୍ତି ଯେ, ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ୍'''' ପାଠ୍ୟପୁସ୍ତକ ଥିବା ଯେକୌଣସି ବ୍ୟକ୍ତି କିମ୍ବା ସଂଗଠନ ଏହାକୁ ଏନ୍‌ସିଇଆର୍‌ଟି ମୁଖ୍ୟାଳୟକୁ ଫେରାଇ ପାରିବେ। ଆମ ସମାଜରେ ନ୍ୟାୟପାଳିକାର ଭୂମିକା ଅଧ୍ୟାୟ ସହିତ ଜଡିତ ଯେକୌଣସି ବିଷୟବସ୍ତୁକୁ ସୋସିଆଲ ମିଡିଆ କିମ୍ବା ଡିଜିଟାଲ୍ ପ୍ଲାଟଫର୍ମରୁ ତୁରନ୍ତ ହଟାଯିବା ଉଚିତ।

ଆହୁରି ପଢ଼ନ୍ତୁ: ନୂଆ ଅମୃତ ଭାରତ ଟ୍ରେନ୍ ମଞ୍ଜୁର: ଓଡ଼ିଶାର ୯ଟି ଷ୍ଟେସନ ଦେଇ ଚାଲିବ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ