ଶିଖ ସଂଗଠନର ଆପତ୍ତି ପରେ ଏନସିଇଆରଟି ବହିରୁ ହଟିଲା ‘ଖଲିସ୍ତାନ’ ସଂପର୍କିତ ଲେଖା

Advertisment
ଖଲିସ୍ତାନୀ ସମର୍ଥକମାନଙ୍କୁ ଭିସା ଦେଉଥିଲେ କାନାଡା କୂଟନୀତିଜ୍ଞ

India Ahead News

ନୂଆଦିଲ୍ଲୀ : ଖାଲିସ୍ତାନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏନସିଇଆରଟି ପକ୍ଷରୁ ଜାରି ବିବୃତି ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ବହିରୁ ଖଲିସ୍ତାନର ଉଲ୍ଲେଖ ହଟାଇ ଦିଆଯାଇଛି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ପକ୍ଷରୁ ଲେଖାଯାଇଥିବା ଏକ ଚିଠି ପରେ ଏହି ନିଷ୍ପତ୍ତି ନିଆଯାଇଛି। ବାସ୍ତବରେ, ଗତ ମାସରେ ଗୁରୁଦ୍ୱାର କମିଟି ଏନସିଇଆରଟିକୁ ଏକ ଚିଠି ଲେଖି ଖାଲିସ୍ତାନର ଉଲ୍ଲେଖ ହଟାଇବାକୁ ଦାବି କରିଥିଲା ।

ବିଦ୍ୟାଳୟ ଶିକ୍ଷା ସଚିବ ସଞ୍ଜୟ କୁମାର କହିଛନ୍ତି, ଏନସିଇଆରଟି ଦ୍ୱାଦଶ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକରେ ପୃଥକ ଖଲିସ୍ତାନ ଦାବି ବିଷୟରେ ଉଲ୍ଲେଖ କରାଯାଇଥିଲା । ଏହି ପୁସ୍ତକରେ ଖାଲିସ୍ତାନ ସମର୍ଥକଙ୍କୁ ବିଚ୍ଛିନ୍ନତାବାଦୀ ଭାବେ ଦର୍ଶାଯାଇଥିଲା । ଏବେ ଉକ୍ତ ଅଂଶକୁ ହଟାଇଦିଆଯାଇଛି ।

ଏନସିଇଆରଟିକୁ ଲେଖିଥିବା ଚିଠିରେ ଏସଜିପିସି କେତେକ ଅଭିଯୋଗ ଆଣିଥିଲା । ବହିରେ ଥିବା ଭୁଲ ସୂଚନା ଉପରେ ଏସଜିପିସି ଆପତ୍ତି ଉଠାଇଥିଲା । କୁହାଯାଇଥିଲା ଯେ ଏନସିଇଆରଟି ଐତିହାସିକ ତଥ୍ୟକୁ ବିକୃତ କରୁଛି  । ଏସଜିପିସି କହିଛି ଯେ ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟପୁସ୍ତକର ସପ୍ତମ ଅଧ୍ୟାୟରେ ଆନନ୍ଦପୁର ସାହିବ ସଂକଳ୍ପ ନେଇ ଖଲିସ୍ତାନ ବିଷୟରେ ଭୁଲ ସୂଚନା ରହିଛି। ଏହାକୁ ନେଇ କମିଟି ଆପତ୍ତି ଉଠାଇଥିଲା। ଏହି ତଥ୍ୟକୁ ପୁସ୍ତକରୁ ହଟାଇବାକୁ ଦାବି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe