Advertisment

ଏନ୍‌ସିଇଆର୍‌ଟି ପାଠ୍ୟକ୍ରମରେ ପରିବର୍ତ୍ତନ ନେଇ ବିବାଦ: ଅଯୋଧ୍ୟା ଅଧ୍ୟାୟ ହଟିଲା

Advertisment

ଦଙ୍ଗା ସମ୍ପର୍କରେ ପଢ଼ାଇବା ଯୁକ୍ତିଯୁକ୍ତ ନୁହେଁ: ନିର୍ଦ୍ଦେଶକ

ଦଙ୍ଗା ସମ୍ପର୍କରେ ପଢ଼ାଇବା ଯୁକ୍ତିଯୁକ୍ତ ନୁହେଁ: ନିର୍ଦ୍ଦେଶକ

ଏନ୍‌ସିଇଆର୍‌ଟି ପାଠ୍ୟକ୍ରମରେ ପରିବର୍ତ୍ତନ ନେଇ ବିବାଦ: ଅଯୋଧ୍ୟା ଅଧ୍ୟାୟ ହଟିଲା

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ପକ୍ଷରୁ ପ୍ରସ୍ତୁତ ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଅଯୋଧ୍ୟା ଦଙ୍ଗା ସମ୍ପର୍କିତ ଅଧ୍ୟାୟର ଅନେକ ବିଷୟକୁ ହଟାଇ ଦିଆଯାଇଛି। ଏହି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ଶିକ୍ଷାର ଗୈରୀକୀକରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନ୍‌ସିଇଆର୍‌ଟି ଏହାର ଖଣ୍ଡନ କରିଛି। ଏନ୍‌ସିଇଆର୍‌ଟି ପକ୍ଷରୁ କୁାହାଯାଇଛି ଯେ ପିଲାଙ୍କୁ ଦଙ୍ଗା ସମ୍ପର୍କରେ ପଢ଼ାଇବାର କୌଣସି ଆବଶ୍ୟକତା ନାହିଁ ଏବଂ ଏହା ଯୁକ୍ତିସଙ୍ଗତ ହେବନାହିଁ।

ରାଜନୀତି ବିଜ୍ଞାନ ପାଠ୍ୟକ୍ରମରେ ଅଯୋଧ୍ୟା ସମ୍ପର୍କିତ ଅଧ୍ୟାୟରେ ବିଜେପିର ସୋମନାଥରୁ ଅଯୋଧ୍ୟା ରଥଯାତ୍ରା, କରସେବକଙ୍କ ଯୋଗଦାନ, ବାବ୍ରି ମସ୍‌ଜିଦ୍‌ ଭଙ୍ଗ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ରାଷ୍ଟ୍ରପତି ଶାସନ ଜାରି, ବିଜେପିର ପ୍ରତିକ୍ରିୟା ଆଦି ପ୍ରସଙ୍ଗ ରହିଥିଲା। ଅଧ୍ୟାୟରୁ ଏହି ପ୍ରସଙ୍ଗଗୁଡ଼ିକୁ ହଟାଇ ସଙ୍କୁଚିତ କରାଯାଇଛି। ଗତ ଶିକ୍ଷାବର୍ଷରେ ଏହି ଅଧ୍ୟାୟ ୪ ପୃଷ୍ଠା ଦୀର୍ଘ ଥିଲା ଏବଂ ବର୍ତ୍ତମାନ ଏହା ୨ପୃଷ୍ଠାରେ ସୀମିତ ରହିଛି। ସେହିଭଳି ବାବ୍ରି ମସ୍‌ଜିଦ୍‌କୁ ହଟାଇ ତିନି ଗମ୍ଭୁଜ ଥିବା ଢାଞ୍ଚା ବୋଲି ଲେଖାଯାଇଛି। ପୂର୍ବ ବର୍ଷଗୁଡ଼ିକରେ, ୧୬ଶ ଶତାବ୍ଦୀରେ ମିର୍‌ ବାକି ଦ୍ବାରା ବାବ୍ରି ମସ୍‌ଜିଦ୍‌ ନିର୍ମାଣ କରାଯାଇଥିବା ଦର୍ଶାଯାଇଥିଲା, ସଂପ୍ରତି ଏହାକୁ ରାମଙ୍କ ଜନ୍ମଭୂମି ଉପରେ ୧୫୨୮ରେ ନିର୍ମିତ ଏକ କୋଠା ବୋଲି ଦର୍ଶାଯାଇଛି। ପୁରୁଣା ପୁସ୍ତକରେ ୧୯୮୬ରେ ଫୈଜାବାଦ୍‌ କୋର୍ଟଙ୍କ ନିଷ୍ପତ୍ତି, ମସ୍‌ଜିଦ୍‌ ମଧ୍ୟରେ ପୂଜା ଓ ସାମ୍ପ୍ରଦାୟିକ ଦଙ୍ଗା କଥା ବିସ୍ତୃତ ଭାବେ ଉଲ୍ଲେଖ ଥିଲା, କିନ୍ତୁ ନୂତନ ପୁସ୍ତକରେ ଏହି ସମସ୍ତ କଥାକୁ ହଟାଇ ଦିଆଯାଇଛି। କେବଳ ଆଇନଗତ ଜଟିଳତା ଓ ସାମ୍ପ୍ରଦାୟିକ ବିବାଦ କଥା ଦର୍ଶାଯାଇଛି। ପୁରାତନ ଅଧ୍ୟାୟରେ ଉତ୍ତରପ୍ରଦେଶର କଲ୍ୟାଣ ସିଂହ ସରକାରଙ୍କୁ ହଟାଯିବା ସଂକ୍ରାନ୍ତ ଖବରକାଗଜରେ ପ୍ରକାଶିତ ଖବରର ଫଟୋ ଚିତ୍ର ଦର୍ଶାଯାଇଥିଲା। ସଂପ୍ରତି ଏହାକୁ ହଟାଇ ଦିଆଯାଇଛି। ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ଘଟଣାକୁ ମଧ୍ୟ ହଟାଇ ଦିଆଯାଇଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପିଲାଙ୍କ ପାଠକୁ ଗୈରୀକୀକରଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି।

ରାଜ‌ନୈତିକ ଦଳର ଏହି ଅଭିଯୋଗକୁ ଏନ୍‌ସିଇଆର୍‌ଟି ବିରୋଧ କରିଛି। ନିର୍ଦ୍ଦେଶକ ଦୀନେଶ ପ୍ରସାଦ ସକ୍ଲାନି ଓଲଟି ପ୍ରଶ୍ନ କରିଛନ୍ତି ଯେ ପାଠ୍ୟକ୍ରମରେ ଦଙ୍ଗା, ଭଙ୍ଗାଭଙ୍ଗି ଭଳି ନକାରାତ୍ମକ ପ୍ରସଙ୍ଗ କାହିଁକି ସ୍ଥାନ ପାଇବ? ପାଠ୍ୟପୁସ୍ତକରେ ଦଙ୍ଗା ସମ୍ପର୍କରେ ପଢ଼ାଇବା ଦ୍ବାରା ପିଲାମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ହେବନାହିଁ। ଏହା ହିଂସାତ୍ମକ ଓ ବିଷାଦଗ୍ରସ୍ତ ଭାବନା ସୃଷ୍ଟି କରିବ। ଏହାସହ ଯେଉଁ ଘଟଣାଗୁଡ଼ିକ ଅପ୍ରାସଙ୍ଗିକ ସେଗୁଡ଼ିକୁ ପଢ଼ିବାରେ କୌଣସି ଆବଶ୍ୟକତା ନାହିଁ ବୋଲି ଶ୍ରୀ ସକ୍ଲାନି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe