ଖାଲ ସହିତ ସେଲଫି ଉଠାଇ ପଠାଇଲେ ମିଳିବ ୧୦୦ଟଙ୍କା !

Advertisment
ଖାଲ ସହିତ ସେଲଫି ଉଠାଇ ପଠାଇଲେ ମିଳିବ ୧୦୦ଟଙ୍କା !

ମୁମ୍ବାଇ: ମହାରାଷ୍ଟ୍ରରେ ଏନ୍‌ସିପିର ପିମ୍ପରି ଚିନ୍‌ଚଓ୍ଵାଡ୍‌ରେ ମଙ୍ଗଳବାର ଘୋଷଣା କରିଥିଲେ କି ଯେଉଁ ଲୋକମାନେ ଖାଲ ସହିତ ସେଲଫି ଉଠାଇ ପଠାଇବେ ପାର୍ଟି ତରଫରୁ ସେମାନଙ୍କୁ ୧୦୦ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ। ଏହି ଘୋଷଣାର ଗୋଟିଏ ଦିନ ଭିତରେ ପୂରା ଅଞ୍ଚଳରୁ ପାଖାପାଖି ୧୦୦୦ରୁ ଅଧିକ ଖାଲ ସହିତ ସେଲଫି ନେଇ ଲୋକମାନେ ପଠାଇଥିଲେ।

publive-image

ପିମ୍ପରି-ଚିନ୍‌ଚଓ୍ଵାଡ୍‌ ନଗର ନିଗମ (ପିସିଏମସି)ର ବିପକ୍ଷ ନେତା ଦତ୍ତା ସାନେ କହିଛନ୍ତି, ବୁଧବାର ତାଙ୍କ ପାଖକୁ ଖାଲ ସହିତ ସେଲଫି ନେଇଥିବା ପାଖାପାଖି ୧୦୦୦ରୁ ଅଧିକ ଫଟୋ ଆସିଥିଲା। ତିନିଜଣ ଅନ୍ୟ ଏନ୍‌ସିପି ସଦସ୍ୟଙ୍କୁ ବି ଏଭଳି ସେଲଫି ମିଳିଛି। ତେବେ ଦାବି ଅନୁଯାୟୀ ସେଲଫି ପଠାଇଥିବା ଲୋକମାନଙ୍କୁ ୧୦୦ଟଙ୍କା ଲେଖାଏଁ ପଠାଯିବ।

ସାନେ କହିଥିଲେ କି ଏନ୍‌ସିପି ପିସିଏମସି ପ୍ରାଶସନଙ୍କ ଦାବି ପରେ ଏହି ଅଭିଯାନ ଆରମ୍ଭ କରିଥିଲା। କାରଣ ପିସିଏମସି ପ୍ରାଶସନ କହିଥିଲା କି ସହରରେ କେବଳ ୬୦୦ଟି ଗାଢ଼ା ଭରିବା ପାଇଁ ବାକି ରହିଛି। ତେବେ ଏହାକୁ ନେଇ ଏନ୍‌ସିପି ଦାବି କରି କହିଛି କି ପିମ୍ପରି-ଚିନ୍‌ଚଓ୍ଵାଡ୍‌ରେ ଏକଲକ୍ଷରୁ ଅଧିକ ଗାଢ଼ା ରହିଛି, ଯାହାକୁ ଆମେ ପ୍ରମାଣ ବି କରିଦେବୁ। କହିବାକୁ ଗଲେ ନିଗଡ଼ି ଓ ପାଖାଆଖ ଅଞ୍ଚଳରେ ଏପରି ୧,୦୦୦ରୁ ଅଧିକ ଗାଢ଼ା ଦେଖିବାକୁ ମିଳୁଛି। ତେବେ ପିିସିଏମ୍‌ସି ପ୍ରାଶାସନ କାହିଁକି ଖାଲକୁ ନେଇ ମିଛ କଥା କହୁଛନ୍ତି ତାହାର କାରଣ ବୁଝି ହେଉନାହିଁ ବୋଲି ନେତା ଦତ୍ତା ସାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe